ନୂଆପଡ଼ା ଜିଲ୍ଲା କୁ ଦିନିକିଆ ଗସ୍ତରେ ଓଡ଼ିଶା ପଞ୍ଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବୀ ନାରାୟଣ ନାଏକ ଗସ୍ତ, ସର୍କିଟ ହାଉସ ଠାରେ ବିଭାଗୀୟ କର୍ମଚାରୀଙ୍କ ସମୀକ୍ଷା ବୈଠକ ରେ ଯୋଗଦାନ

ନୂଆପଡା ତା;୧୮.୦୭.ଜିଲ୍ଲା ଖବର ନୂଆପଡ଼ା ଜିଲ୍ଲା କୁ ଦିନିକିଆ ଗସ୍ତରେ ଓଡ଼ିଶା ପଞ୍ଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବୀ ନାରାୟଣ ନାଏକ ଗସ୍ତ, ସର୍କିଟ ହାଉସ ଠାରେ ବିଭାଗୀୟ କର୍ମଚାରୀଙ୍କ ସମୀକ୍ଷା ବୈଠକ ରେ ଯୋଗଦାନ କରିଛନ୍ତି। ବିଭାଗୀୟ କାର୍ଯ୍ୟ କୁ ସଫଳ ରୂପାୟନ କରି ବିକାଶ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଆହ୍ବାନ କରିଛନ୍ତି। ନୂଆପଡ଼ା ଜିଲ୍ଲା ରେ ବ୍ୟାପକ ସରପଞ୍ଚ ନିଲମ୍ବିତ ହେବା କାରଣ ପଚାରି ବୁଝିଥିଲେ।

ଆର୍ଥିକ ଖର୍ଚ୍ଚ ବ୍ୟୟ ଉପରେ ଅବଗତ ନ ହୋଇ ବିନା କାରଣ ରେ ଅର୍ଥ ପଡ଼ି ରହିବା ସହ ସଚେତନ ଅଭାବରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଅଛି। ପାନୀୟ ଜଳ ଯୋଗାଣ କ୍ଷେତ୍ର ରେ ନୂଆପଡ଼ା ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଶଂସା କରିଥିଲେ। ସମୀକ୍ଷା ବୈଠକ ରେ ଜିଲ୍ଲାପାଳ ମଧୁସୂଦନ ଦାସ, ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଖରୀଆର ରୋଡ ଏନ୍ ଏ ସି ଅଧ୍ୟକ୍ଷା ଡ଼. ସୋନିଆ ଜୈନ୍ ବିଭାଗୀୟ ଅଧିକାରୀ ଦଳୀୟ ନେତା ଭାଗ ନେଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!