ନୂଆପଡା 18.7.( ଜିଲ୍ଲା ଖବର ) ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବିରିଘାଟ ସୁନ୍ଦର ନଦୀ ଉପରେ ନିର୍ମାଣ ହୋଇଥିବା ବିଜୁ ସେତୁ ବିପଦ ସାଜିଛି। ବିଜୁ ସେତୁ ନିର୍ମାଣର ଅବଧି ସାରି ଦୀର୍ଘ ବର୍ଷ ପରେ ସେତୁ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି।ଏବେ ବିପଦ ସାଜିଛି ଅଣଓସରିଆ ରାସ୍ତା ପ୍ରାୟ ୫୦ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ମାଟି ପକାଇ ରାସ୍ତା ନିର୍ମାଣ କରାଯାଇଛି। ଏହାର ଉଭୟ ପାର୍ଶ୍ଵରେ କୈାଣସି ୱାଲ୍ କିମ୍ବା ସୁରକ୍ଷା ବାଡ଼ ନଥିବା ଯୋଗୁଁ ଏହା ଲୋକଙ୍କ ପାଇଁ ମରଣଯନ୍ତା ସାଜିଛି। କେତେବେଳେ ଯେ ଅଘଟଣ ଘଟିବ ତାହା ଏବେ କହି ହେବ ନାହିଁ।

ଖଡ଼ିଆଳ ଠାରୁ ବିରିଘାଟ ଓ ଦାବ୍ରି, ପଞ୍ଚାୟତର ବିଭିନ୍ନ ଗ୍ରାମ ଗୁଡିକୁ ସଂଯୋଗ କରିବା ପାଇଁ ସୁନ୍ଦର ନଦୀ ଉପରେ ନିର୍ମାଣାଧୀନ ବିଜୁ ସେତୁର ଏଭଳି ଦୟନୀୟ ଅବସ୍ଥା ଦେଖିବାକୁ ମିଳିଛି। ମୁଖ୍ୟତଃ ଏହି ସେତୁଟି ନିର୍ମାଣ ପାଇଁ କୋଟି କୋଟି ଟଙ୍କା ମଞ୍ଜୁର ହୋଇ କାର୍ଯ୍ୟ ଶେଷ ହୋଇଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ୱର ଗଡାଣିଆ ରାସ୍ତା ବିପଦ ଅବସ୍ଥା ଦେଖି ଲୋକେ ଭୟଭୀତ ଅବସ୍ଥାରେ ଯିବା ଆସିବା କରୁଛନ୍ତି। ଠିକାଦାରଙ୍କ ମନମୁଖୀ କାର୍ଯ୍ୟକୁ ନେଇ ନିର୍ଦ୍ଧାରିତ ସମୟ ମଧ୍ୟରେ ସେତୁ ନିର୍ମାଣ କାର୍ଯ୍ୟ ଶେଷ ହୋଇ ପାରିନଥିଲା । ବିଜୁ ସେତୁ କାର୍ଯ୍ୟ ଶେଷ ହେଲା ହେଲେ ଅଞ୍ଚଳ ବାସୀଙ୍କୁ ବିପଦ ମୁଖରେ ଛାଡି ଦେଇଛି ବୋଲି ଅଞ୍ଚଳ ବାସୀ ପ୍ରକାଶ କରିଛନ୍ତି। ଜିଲ୍ଲା ପ୍ରଶାସନ ତୁରନ୍ତ ବିରିଘାଟ ବିଜୁ ସେତୁର ଉଭୟ ପାର୍ଶ୍ୱର ରାସ୍ତାର ସୁରକ୍ଷା ବାଡ଼ ଦେବାକୁ ଦାବି ହେଉଛି ।
