ହଜାର ହଜାର ଲିଟର ପାଣି ଅପଚୟ ହେବାର ଦେଖିବାକୁ ମିଳିଛି

ନୂଆପଡା ୧୮.୭.(ଜିଲ୍ଲା ଖବର ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଚିନ୍ଦାଗୁଡା ଗ୍ରାମର ମାଟିଗୁଡି ଛକ ଓ ଗ୍ରାମର ଅନେକ ସ୍ଥାନରେ ଗ୍ରାମକୁ ଜଳ ଯୋଗାଣ ପାଇପରୁ ପାଣି ବାହାରୁଛି। ଫଳରେ ଦୌନିକ ହଜାର ହଜାର ଲିଟର ପାଣି ଅପଚୟ ହେବା ସହିତ ଗ୍ରାମ ସବୁବେଳେ ସନ୍ତ ସନ୍ତିଆ ରହୁଛି। ଅନ୍ୟ ପକ୍ଷରେ ଗ୍ରାମର କେତେକ ସ୍ଥାନରେ ପାଣି ଜମି କାଦୁଅ ହେବା ସହିତ ଗ୍ରାମରେ ମଶା ମାଛି ସଂଖ୍ୟା ବୃଦ୍ଧି ପାଉଛି। ଏହି ପାଣି ବାହାରୁଥିବା ସ୍ଥାନକୁ ମରାମତି କରିବା ପାଇଁ ଗ୍ରାମବାସୀ ସରପଞ୍ଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କର୍ଣ୍ଣପାତ କରୁନଥିବାରୁ

ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବ୍ଲକ ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ମରାମତି କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!