ଖଡିଆଳ ଡିଗ୍ରୀ ମହିଳା କଲେଜ ଜାତୀୟ ସେବା ଯୋଜନାର ମହିଳା ୟୁନିଟ ପକ୍ଷ ରୁ ଯୌନ ନିର୍ଯ୍ୟାତନା ଏକ ଅବାଞ୍ଚାନି ବ୍ୟବହାର ଉପରେ ସଚେତନ ଶିବିର ଅନୁଷ୍ଠିତ

ଖଡ଼ିଆଳ ତା:୧୬.୦୭ ଜିଲ୍ଲା ଖବର ନୂଆପଡ଼ା ଜିଲ୍ଲା ଖଡିଆଳ ଡିଗ୍ରୀ ମହିଳା କଲେଜ ଜାତୀୟ ସେବା ଯୋଜନା ମହିଳା ୟୁନିଟ ପକ୍ଷ ରୁ ଯୌନ ନିର୍ଯ୍ୟାତନା ଏକ ଅବାଞ୍ଚାନି ବ୍ୟବହାର ଉପରେ ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି ଶିବିର ରେ ସେବା ଯୋଜନା ଅଧିକାରୀ ପୁଷ୍ପାଞ୍ଜଳୀ ପ୍ରଧାନୀ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ କଲେଜ ଅଧ୍ୟକ୍ଷା ଲିଜା ଆଚାର୍ଯ୍ୟ ଯୋଗ ଦେଇ ନିଜ ଉପରେ ସଂଯମତା ଅବଲମ୍ୱନ କରି ଅବାଞ୍ଛନିୟ ବ୍ୟବହାର ପ୍ରତି ସତର୍କତା ହେବାକୁ ଆହ୍ବାନ କରିଥିଲେ। ଏହା ପ୍ରତିରୋଧ କରିବା ନିଜକୁ ସୁରକ୍ଷିତ କରିବା ମହାମନ୍ତ୍ର ଅଟେ ବୋଲି କହିଥିଲେ। ସଚେତନ ସଭା ରେ କଲେଜ୍ ଅଧ୍ୟାପିକା ମହେଶ୍ୱତା ପଣ୍ଡା, ପ୍ରିୟଙ୍କା ମୁଣ୍ଡ ପ୍ରମୁଖ ଯୋଗ ଦେଇଥିଲେ। ଶିକ୍ଷା ଅନୁଷ୍ଠାନ ରେ ଛାତ୍ରୀଙ୍କ ପ୍ରତି ହେଉଥିବା ଯୌନ ନିର୍ଯାତନା ଦିନ କୁ ଦିନ ବୃଦ୍ଧି ପାଉଥିବା ବେଳେ ଏହାର ସଂଘବଦ୍ଧ ଭାବରେ ପ୍ରତିରୋଧ କରିବା ଦ୍ୱାରା ନିର୍ଯାତନାରୁ ମୁକ୍ତ ହେବେ। କଲେଜ ଛାତ୍ରୀ ମାନେ ଯୋଗ ଦେଇ ନିଜକୁ ସୁରକ୍ଷିତ କରିବାକୁ ଏକତ୍ର ହେବା ପାଇଁ ସଂକଳ୍ପ ନେଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!