ଖରୀଆର ରୋଡ ଏନ୍ ଏ ସି ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ପକ୍କା ଘର ପାଇଁ କାର୍ଯ୍ୟାଦେଶ ବଣ୍ଟନ ଉତ୍ସବ ପାଳିତ

ନୂଆପଡା ତା:୧୬.୦୭. ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ଏନ୍ ଏ ସି ରେ ଘର ହିନ ହିତାଧିକାରୀଙ୍କୁ ପକ୍କା ଘର ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ପକ୍କା ଘର କାର୍ଯ୍ୟାଦେଶ ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାରେ ଏନ୍ ଏ ସି ଅଧ୍ୟକ୍ଷା ଡ଼.ସୋନିଆ ଜୈନ୍ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଯୋଗ ଦେଇ କାର୍ଯ୍ୟାଦେଶ ବଣ୍ଟନ କରିଥିବା ବେଳେ ପ୍ରତ୍ୟେକ ପରିବାର ର ସ୍ବପ୍ନ ସରକାର ହେବା ପାଇଁ ନରେନ୍ଦ୍ର ମୋଦୀଙ୍କ ଏହି ଯୋଜନା ଅନେକ ସହାୟକ ହେବା ସହ ସ୍ବପ୍ନ ସାକାର କରୁଥିବା ପାଇଁ ପ୍ରଶଂସା କରିଥିଲେ। କାର୍ଯ୍ୟାଦେଶ ବଣ୍ଟନ ଉତ୍ସବ ରେ ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ, ନିର୍ବାହୀ ଅଧିକାରୀ କମଳା କାନ୍ତ ରଥ, ୱାର୍ଡ ସଭ୍ୟ ସଭ୍ୟା ସମୁହ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!