ଯାତ୍ରୀ ପ୍ରତୀକ୍ଷାଳୟ ପାଲଟିଛି ଗୋଦାମ ଗୃହ

ନୂଆପଡା,୧୭ ୭(ଜିଲ୍ଲା ଖବର): ନୂଆପଡା ଜିଲ୍ଲା କୋମନା ଘାଟିପଡ଼ାଠାରୁ ବିଜୁ ଏକ୍ସପ୍ରେସ ରାସ୍ତା କଡରେ ଥୁବା ବିଶିବାହାଲ ଯାତ୍ରୀ ପ୍ରତୀକ୍ଷାଳୟ ଗୋଦାମ ଗୃହ ପାଲଟିଥିବା ଅଭିଯୋଗ ହେଉଛି। ସେଠାରେ ଯାତ୍ରୀମାନେ ଗାଡ଼ି ଅପେକ୍ଷାରେ ରହିଥାନ୍ତି । ସେଭଳି ସ୍ଥାନକୁ ଲୋକେ ନିଜ ଗୋଦାମଗୃହ ଭଳି ବିଭିନ୍ନ ସାମଗ୍ରୀ ମହଜୁଦ ରଖୁଛନ୍ତି। ଏପରିକି କେତେକ ଯାତ୍ରୀ ପ୍ରତୀକ୍ଷାଳୟରେ ମଦୁଆମାନେ ମଦପିଇ ବୋତଲ ଭାଙ୍ଗି ଯାଉଛନ୍ତି। ପୁଣି ଅନ୍ୟ କେଉଁଠି ଯାତ୍ରୀ ପ୍ରତୀକ୍ଷାଳୟକୁ ଭାଙ୍ଗିକି ସେଥ୍‌ରେ ଲାଗିଥିବା ଲୁହା ସାମଗ୍ରୀ ଚୋରିକରି ନେଉଛନ୍ତି । ଫଳରେ ଯାତ୍ରୀମାନଙ୍କ ସୁବିଧା ପାଇଁ ରହିଥିବା ପ୍ରତୀକ୍ଷାଳୟ ବା ବସଷ୍ଟପ ଉଜୁଡ଼ି ଯାଇଛି। ଏଣୁ ଦୂରଦୂରାନ୍ତରୁ ଆସିଥିବା ଯାତ୍ରୀମାନେ ବିଭିନ୍ନ ଗାଡ଼ିମଟର ଅପେକ୍ଷା କରିବା ପାଇଁ ଟିକିଏ ବିଶ୍ରାମ ନେବାରେ ଅସୁବିଧାର ସମ୍ମୁନ ହେଉଛନ୍ତି। ଏଥିପ୍ରତି ପ୍ରଶାସନ ଦୃଷ୍ଟିଦେଇ ପଦକ୍ଷେପ ନେବାଳ ସାଧରଣରେ ଜାରି ହେଉଛି ।

Leave a Reply

Your email address will not be published. Required fields are marked *

error: Content is protected !!