ରାସ୍ତା ଅବସ୍ଥା ବେହାଲ

ଖଡ଼ିଆଳ,୧୬/୦୭( ଜିଲ୍ଲା ଖବର) ପଡ଼ାକୁ ରାସ୍ତା ନାହିଁ, ଲୋକେ କାଦୁଅ ମାଡ଼ି ଯିବା ଆସି ଆସିବା କରୁଛନ୍ତି। କହିଲେ ମଧ୍ୟ କେହି ଶୁଣୁ ନାହାନ୍ତି ହାନ୍ତି। ବର୍ଷେ କି ଦୁଇ ବର୍ଷ ନୁହେ, ବର୍ଷ ବର୍ଷ ଧରି ଏହି ସମସ୍ୟା ଲାଗି ରହିଛି। ଖଡ଼ିଆଳ ବ୍ଲକ ବାଦି ଗ୍ରାମ ପଞ୍ଚାୟତର ଜୁନାନି ଗ୍ରାମ। ଗ୍ରାମର ଗୁରୁ ଦେବ ପଡ଼ା। ଏହି ପଡ଼ାରେ ପଚାଶ ପରିବାର ରହନ୍ତି। ପଡ଼ାବାସୀଙ୍କ ମୁଖ୍ୟ ସମସ୍ୟା ହେଲା ପଡ଼ାକୁ ଏପର୍ଯ୍ୟନ୍ତ ରାସ୍ତା ଖଣ୍ଡେ ନାହିଁ। ଲୋକେ କାଦୁଅ ପଙ୍କ ରାସ୍ତାରେ ଯିବା ଆସିବା କରନ୍ତି। ବର୍ଷା ଦିନରେ ଲୋକଙ୍କ ଦୁଃଖ କହିଲେ ନସରେ। ଆଣ୍ଠୁଏ କାଦୁଅରେ ଲୋକଙ୍କୁ ଯିବାକୁ ପଡ଼େ। ଫଳରେ ପୁଅଝିଅ ମାନେ କାଦୁଅ ରାସ୍ତାରେ ସ୍କୁଲ ଯିବାକୁ ବାଧ୍ୟ ହୁଅନ୍ତି । ମହିଳା ମାନେ ପାଣି ଆଣିବାରେ ନାହିଁ ନଥୁବାର ଅସୁବିଧା ଭୋଗ କରନ୍ତି। ବୃଦ୍ଧ ବୃଦ୍ଧା ଚାଲିବା ସମୟରେ ପଡ଼ି ଯାଆନ୍ତି ଆନ୍ତି ବୋଲି କହନ୍ତି। ଚାରି ଚକିଆ କଥା ଛାଡ଼ନ୍ତୁ ସାଇକେଲ କିବା ବାଇକ୍ ମଧ୍ୟ ରାସ୍ତାରେ ଯାଇ ପାରେ ନାହିଁ। ବର୍ଷା ମାସରେ ଲୋକଙ୍କ ସମସ୍ୟା ଦ୍ବିଗୁଣିତ ହୋଇଯାଏ।କେହି ରୋଗରେ ପଡିଲେ କିବା ପ୍ରସବ କଷ୍ଟ ପାଇଲେ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଖଟିଆରେ ନେବାକୁ ପଡେ ବୋଲି ପଡ଼ା ବାସୀ କହନ୍ତି।ସରକାର ସବୁ ଗାଆଁକୁ ଭଲ ରାସ୍ତା ଦେବା ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। ଗ୍ରାମ ପଞ୍ଚାୟତ ଓ ପଞ୍ଚାୟତ ସମିତିରେ ଏଥିପାଇଁ ପାଣ୍ଠି ବ୍ୟବସ୍ଥା ରହିଛି। କିନ୍ତୁ ଏବେ ମଧ୍ୟ ବିଭିନ୍ନ ଗ୍ରାମରେ ଭଲ ରାସ୍ତା ଖଣ୍ଡେ ନିର୍ମାଣ ହୋଇ ପାରିନି। ଫଳରେ ଲୋକେ ଗମନା ଗମନ ରେ ଅସୁବିଧା ଭୋଗ କରିବା ସହ ବିଭିନ୍ନ ମୌଳିକ ଅଧିକାରରୁ ବଞ୍ଚିତ ହେଉଛନ୍ତି। ଅଦା ପଡ଼ା ବାସୀ ଦୀର୍ଘ ବର୍ଷରୁ ରାସ୍ତା ଖଣ୍ଡେ ପାଇଁ ଦାବି କରି ଆସୁଥିଲେ ମଧ୍ୟ କେହି ତାଙ୍କ କଥା ଶୁଣୁ ନାହାନ୍ତି। ଅତିଶୀଘ୍ର ରାସ୍ତା ନିର୍ମାଣ କରା ନଗଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଲୋକେ । ଏନେଇ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦଙ୍କୁ ପଚାରିବାରୁ ସେ ଏହି ବିଷୟରେ ଜାଣି ନଥ୍‌ଲେ ଓ ଅତିଶୀଘ୍ର ରାସ୍ତା ନିର୍ମାଣ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!