ନୂଆପଡ଼ା -୧୬/୭(ଜିଲ୍ଲା ଖବର ) ଓମ ପ୍ରକାଶ ଚୌଧୁରୀ ସ୍ଥାୟୀ ଏବଂ ନିରନ୍ଧର ଲୋକ ଅଦାଲତ, ନୂଆପଡ଼ାରେ ଏକ ପ୍ରାକ୍ -ମକଦ୍ଦମା ସ୍ବରୀୟ ମାମଲାର ଆପୋଷ ବୁଝାମଣାରେସମାଧାନ ହୋଇଯାଇଛି । ପ୍ରକାଶ ଥାଉକି ଗୋବିନ୍ଦ ସାହୁ ସ୍ଥାୟୀ ଏବଂ ନିରନ୍ଧର ଲୋକଅଦାଲତ ରେ ତୁଳସୀରାମ ମିର୍ଦ୍ଧାଙ୍କ ବିରୁଦ୍ଧରେ ପାଞ୍ଚ ହଜାର ଟଙ୍କା ଫେରସ୍ତ ପାଇବା ପାଇଁ ଏକ ପ୍ରାକ୍- ମକଦ୍ଦମାସ୍ତରୀୟ ମାମଲା ଦାୟର କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧୂକରଣର ସଚିବତଥା ସ୍ଥାୟୀ ଏବଂ ନିରନ୍ତର ଲୋକ ଅଦାଲତରବିଚାରପତି ନବନୀତା ଦାଶଙ୍କ ସମ୍ମୁଖରେ ଆପୋଷ ବୁଝାମଣା ହୋଇ ପ୍ରତିବାଦୀ ତୁଳସୀରାମ ମିର୍ଦ୍ଧା ବାଦୀ ଗୋବିନ୍ଦ ସାହୁଙ୍କୁ ତାଙ୍କ ପ୍ରାପ୍ୟ ଫେରସ୍ତ କରିଛନ୍ତି ଆପୋଷ ସହମତିରେ ଓ ବିନା ଖର୍ଚ୍ଚରେ ମକଦ୍ଦମାର ସମାଧାନ ହୋଇଥିବାରୁ ଉଭୟ ପକ୍ଷ ପ୍ରସନ୍ନତା ବ୍ୟକ୍ତି କରିଥିଲେ । ଏଠାରେ ସୂଚାଯୋଗ୍ୟ ଯେ, ପ୍ରାକରଣ ତରଫରୁ ଜନସାଧାରଣଙ୍କୁ ୯୦ ଦିନିଆ ‘ଦେଶ ପାଇଁ ମଧ୍ଯସୁତା’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନ୍ୟାୟାଳୟରେ ନିଜର ବିଚାରାଧୂନ ଥିବା ମାମଲା ଗୁଡ଼ିକରେ ମଧ୍ୟସୁତା ପାଇଁ ଆବେଦନ କରିବାକୁ ଅନୁରୋଧ କରାଯାଇଛି ।
