ଉପାନୁବାସୀ ଙ୍କୁ ବାଲି ଚୁଆ ଗୋଳିଆ ପାଣି ଭରଷା, ବର୍ଷେ ହେଲା ବସୁଧା ପ୍ରକଳ୍ପ ରୁ ମିଳୁନି ବିଶୁଦ୍ଧ ପାନୀୟ ଜଳ । ଫ୍ଲୋରାଇଡ଼ କବଳିତ ଅଞ୍ଚଳ ରେ ପାନୀୟ ଜଳ ଯୋଗାଣ ଅବ୍ୟବସ୍ଥା। ଅଭିଯୋଗ ଶୁଣୁନୀ ପ୍ରଶାସନ, ଆନ୍ଦୋଳନ ଚେତାବନୀ ଦେଲେ ସରପଞ୍ଚ ।

ନୂଆପଡ଼ା, ୧୫.୭.(ଜିଲ୍ଲା ଖବର):ସରକାର ଗ୍ରାମାଞ୍ଚଳ ର ଜନସାଧାରଣ ମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଲକ୍ଷ୍ୟ ନେଇ ପୂର୍ବ ସରକାର ବସୁଧା ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ କରିଛନ୍ତି। ହେଲେ ପ୍ରଶାସନିକ ପରିଚାଳନାଗତ ତ୍ରୁଟି ସାଙ୍ଗକୁ ଦୂରଦୃଷ୍ଟି ର ଅଭାବ ଯୋଗୁଁ ୧ ବର୍ଷ ଧରି ପ୍ରକଳ୍ପ ବନ୍ଦ ରହିଥ‌ିବାରୁ ଉପାନୁବର୍ଷି ଅଞ୍ଚଳ ରେ ଲୋକେ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି। ଯାହାଫଳରେ ଅଞ୍ଚଳ ର ଜନସାଧାରଣ ବାଧ୍ୟ ହୋଇ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ଥ‌ିବା ଝରଣା ଓ ନାଳା ର ଗୋଳିଆ ପାଣି ସାଙ୍ଗକୁ ଫ୍ଲୋରାଇଡ଼ଯୁକ୍ତ ପାନୀୟ ଜଳ ବ୍ୟବହାର କରି ଜୀବନ ଧାରଣ କରୁଛନ୍ତି। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଉପାନ୍ତ ତଥା ଦୁର୍ଗମ ଘାଟମାଳ ଗ୍ରାମ ପଞ୍ଚାୟତ ରେ ଏଭଳି ଅବ୍ୟବସ୍ଥା ଦେଖା ଦେଇଥିବା ବେଳେ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି। ପ୍ରକାଶ ଯୋଗ୍ୟ ଯେ, ସିନାପାଲି ସଦର ମହକୁମା ଠାରୁ ଦୀର୍ଘ ୩୦ କିଲୋମିଟର ଦୂରରେ ଅବସ୍ଥିତ ଏହି ପଞ୍ଚାୟତ ର ତାଲାକୋଟ ରାଜସ୍ବ ଗ୍ରାମ ଅଧୀନ ରେ ଥ‌ିବା ୧୪ ଗୋଟି ପଡ଼ା ଗ୍ରାମ ଓ ସିନ୍ଦୂରଶିଲ ଗ୍ରାମ କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରିବା ପାଇଁ ଜାମବାହାଲି ସ୍ଥିତ ଉଦନ୍ତୀ ନଦୀ ରେ ପମ୍ପ ହାଉସ ବସିବା ସହ ୧ ଲକ୍ଷ ଲେନ୍ କ୍ଷମତା ବିଶିଷ୍ଟ ପାଣିଟାଙ୍କି ନିର୍ମାଣ କରଯାଇଛି। କିନ୍ତୁ ଦୀର୍ଘ ୧ ବର୍ଷ ବିତି ଯାଇଥିଲେ ମଧ୍ୟ ଜଳ ଯୋଗାଣ ହେଉ ନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି। ସେହିପରି ଏହି ପଞ୍ଚାୟତ ର ଆହୁରି ଅନେକ ଗ୍ରାମ ରେ ଏପରି ଅବ୍ୟବସ୍ଥା ଲାଗି ରହିଥ‌ିବା ବେଳେ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ତରଫରୁ କୌଣସି ପ୍ରତିକାର ବ୍ୟବସ୍ଥା କରାଯାଉ ନାହିଁ ବୋଲି ଅଭିଯୋଗ କରିଛନ୍ତି । ଏହି ସମସ୍ୟା କୁ ନେଇ ବାରମ୍ବାର ଅଭିଯୋଗ କରୁଥଲେ ମଧ୍ଯ କୌଣସି ସୁଫଳ ମିଳିନାହିଁ ବୋଲି ଅଞ୍ଚଳ ର ଲୋକେ ପ୍ରକାଶ କରିଛନ୍ତି । ଭିତ୍ତିଭୂମି ଠିକ୍ ଥାଇ ମଧ୍ୟ ଜଳ ଯୋଗାଣ ହେଉ ନ ଥିବାରୁ ଅଞ୍ଚଳ ର ଜନସାଧାରଣ ମହଲ ରେ ଅସନ୍ତୋଷ ପ୍ରକାଶ ପାଇଛି। ସରକାର କୋଟି କୋଟି ଟଙ୍କା ବ୍ୟୟ ଅଟକଳ ରେ ପ୍ରକଳ୍ପ ନିର୍ମାଣ କରିଛନ୍ତି। ହେଲେ ଅଞ୍ଚଳ ର ଲୋକେ ଏହାର ସୁଫଳ ପାଇବାରୁ ବଞ୍ଚିତ ହେବା ବିଭାଗୀୟ ଅଧିକାରୀ ମାନଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଅଞ୍ଚଳ ଗୁଡିକରେ ବା ନଳକୂପ ରେ ମାତ୍ରାଧିକ ଭାବରେ ଫ୍ଲୋରାଇଡଯୁକ୍ତ ପାଣି ବାହାରୁ ଥିବାରୁ ସରକାର ଅଞ୍ଚଳ ରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଲକ୍ଷ୍ୟ ନେଇ ଯୋଜନା କାର୍ଯ୍ୟକାରୀ କରିଥିଲେ। ହେଲେ ପ୍ରାସାସନିକ ଅଧିକାରୀ ମାନଙ୍କ ଆନ୍ତରିକତା ଅଭାବ ସାଙ୍ଗକୁ ଠିକାଦାର ପୋଷା ନୀତି ଯୋଗୁଁ କେଉଁଠି ନା କେଉଁଠି ତ୍ରୁଟି ପରିଲକ୍ଷିତ ହେଉଛି। କୋଟି କୋଟି ଟଙ୍କା ର ପ୍ରକଳ୍ପ ନିର୍ମାଣ ହେଉଛି ହେଲେ କୌଣସି କାମ କୁ ଆସୁନି। କେଉଁଠି ପାଣି ପମ୍ପ ଅଚଳ ତ ଆଉ କେଉଁଠି ବିଦ୍ୟୁତ ସଂଯୋଗ ନାହିଁ ତ ଆଉ କେଉଁଠି ଟ୍ୟାପ ଲାଗୁନି ଏଭଳି ଅନେକ ସମସ୍ୟା ଦେଖାଦେଇଥିବା ବେଳେ ଅଞ୍ଚଳ ର ଲୋକେ ପାନୀୟ ଜଳ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୂନ ହେଉଛନ୍ତି । ଏହାରସମାଧାନ ପାଇଁ ପ୍ରଶାସନିକ ଅଧିକାରୀ, ସ୍ଥାନୀୟ ନିର୍ବାଚିତ ଜନ ପ୍ରତିନିଧୂ, ରାଜନୈତିକ ନେତା ଠାରୁ ଆରମ୍ଭ କରି ଅନେକ ସମୟରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣୀ ଶିବିର ରେ ମଧ୍ଯ ଅଭିଯୋଗ କରିଛନ୍ତି। ହେଲେ ସୁଫଳ ମିଳିନାହିଁ ବୋଲି ସମିତି ସଭ୍ୟ ତୁଳସୀରାମ ମାଝି ପ୍ରକାଶ କରିଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟ ଯେ, ବର୍ତ୍ତମାନ ବର୍ଷା ଋତୁ ସମୟ ରେ ନାଲ ଓ ଝରଣା ରେ ବର୍ଷା ଜଳ ପ୍ରବାହିତ ହେଉଛି। ବର୍ଷା ଯୋଗୁଁ ଗୋଳିଆ ପାଣି ଆସୁଛି। ବାଲି ଚୁଆ ଖୋଲି ପାନୀୟ ଜଳ ସଂଗ୍ରହ କରୁଥିଲେ କିନ୍ତୁ ଏବେ ବାଲି ଚୁଆ ରେ ମଧ୍ୟ ଗୋଳିଆ ପାଣି ଆସୁଛି । କୌଣସି ଉପାୟ ନ ଥୁବାରୁ ଜଙ୍ଗଳ ର ଅସ୍ବାସ୍ଥ୍ୟକର ପରିବେଶ ସାଙ୍ଗକୁ ମଶା,ମାଛି ଓ ଜଙ୍ଗଳ ର କୀଟ ପତଙ୍ଗ ଇତ୍ୟାଦି ପାଣି ବ୍ୟବହାର କରି ବିଭିନ୍ନ ରୋଗର ଆଶଙ୍କା ରହିଛି ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ଏଥ୍ ପ୍ରତି ପ୍ରଶାସନିକ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି। ଏ ସଂମ୍ପର୍କରେ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗୀୟ କନିଷ୍ଠ ଯନ୍ତ୍ରୀ କେଶବ ସାହୁ ଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଲିପାରି ନାହିଁ। ଏ ସଂପର୍କ ରେ ଘାଟମାଳ ପଞ୍ଚାୟତ ସରପଞ୍ଚ ଟେକରାମ ମାଝି ଙ୍କୁ ପଚାରିବାରୁ ଏ ସମସ୍ୟା କୁ ପ୍ରଶାସନିକ ସ୍ତର ରେ ବାରମ୍ବାର ଜଣାଇଛି । କେହି ଶୁଣୁ ନାହାନ୍ତି । ଶେଷ ରେ ସମାଧାନ ନ ହେଲେ ଧାରଣା ରେ ବସିବା ପାଇଁ ବାଧ୍ୟ ହେବି ବୋଲିକହିଛନ୍ତି ।

Leave a Reply

Your email address will not be published. Required fields are marked *

error: Content is protected !!