ନୂଆପଡା ତା:୧୫.୦୭.( ଜିଲ୍ଲା ଖବର) ନୂଆପଡ଼ା ଜିଲ୍ଲା ଖଡିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ମଧ୍ୟରେ ଦିବ୍ୟାଙ୍ଗ ଙ୍କ ପ୍ରମାଣ ପତ୍ର ପ୍ରଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି ଶିବିର ରେ ବିଶେଷଜ୍ଞ ଡାକ୍ତରୀ ଦଳ ପହଞ୍ଚିଛନ୍ତି। ବିଶେଷ କରି ଆସ୍ତୀ ଶଲ୍ୟ, ଚକ୍ଷୁ, ଶ୍ରବଣ ବାଧିତ,ବାକ ଶକ୍ତି ବାଧିତ ଏବଂ ଦୃଷ୍ଟି ଶକ୍ତି ବାଧିତ ଦିବ୍ୟାଙ୍ଗ ମାନେ ନିଜ ପ୍ରମାଣ ପତ୍ର ଅନଲାଇନ୍ ଆବେଦନ କରିଥିବା ବେଳେ ସେହି ଅନଲାଇନ୍ ଆବେଦନ କୁ ନେଇ ଡାକ୍ତରୀ ଦଳ ପରୀକ୍ଷା ନିରୀକ୍ଷା କରି ଆବଶ୍ୟକ ପ୍ରମାଣ ପତ୍ର ପ୍ରଦାନ କରିବେ। ଏହି ଶିବିର ଖଡିଆଳ ଉପଖଣ୍ଡ ସ୍ତରୀୟ ଶିବିର ପ୍ରତ୍ୟେକ ମାସ ର ତୃତୀୟ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଥାଏ। ଆଜି ଶିବିର ରେ ଦିବ୍ୟାଙ୍ଗ ପ୍ରମାଣ ପତ୍ର ପ୍ରଦାନ କରି ତାଙ୍କୁ ସରକାର ଙ୍କ ଜନ କଲ୍ୟାଣ ଯୋଜନା ରେ ସାମିଲ କରିବାକୁ ସୁବିଧା ପ୍ରଦାନ ହେବ। ଖଡିଆଳ ସ୍ୱାସ୍ଥ୍ୟ ଅଧିକାରୀ ଡ଼ ରଂଜିତ ରାଉତ, ଅସ୍ତୀ ଶଲ୍ୟ ବିଶେଷଜ୍ଞ ଡ଼.ବିପୁଳ ଗର୍ଗ, ଚକ୍ଷୁ ବିଶେଷଜ୍ଞ ଲାଲିଶ୍ରି ଭୋକ୍ତା, ଇ ଏନ୍ ଟି ଅନୁପ ଅଗ୍ରୱାଲ,ଶିଶୁ ବିଶେଷଜ୍ଞ ମହେନ୍ଦ୍ର କୁମାର ମାଝୀ, ଆଡିୟୋଲଜିକ ଘନଶ୍ୟାମ ସାହୁ , ଫିଜିପଥିରାପିଷ୍ଟ ଦିପତିଶ ଖୁଣ୍ଟିଆ, ପ୍ରମୁଖ ଯୋଗ ଦେଇଥିଲେ।
