ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ କୁରୁମପୁରୀ ପଞ୍ଚାୟତରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଓ ଝିଅ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ l

ନୁଆପଡ଼ା -୧୪/୭(:ଜିଲ୍ଲା ଖବର:)ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ କୁରୁମପୁରୀ ପଞ୍ଚାୟତରେ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ବରେ ପ୍ରବାସୀ ଶ୍ରମିକ ନିରାକରଣ ପାଇଁ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ବନଖଣ୍ଡ ଅଧିକାରୀ ଖରିଆର ଅଜିଜ ଖାନ୍, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ , ବ୍ଲକ ଅଧ୍ୟକ୍ଷା ଅନୁସୂୟା କୁମ୍ଭାର, ବିଡିଓ ବିନୟ ଭୋଇ , ତହସିଲଦାର , ସ୍ଥାନୀୟ ସରପଞ୍ଚ ପ୍ରମୁଖ ଅତିଥି ହିସାବରେ ଯୋଗଦେଇଥିଲେ l ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧରୁଆ ସ୍ଵାଗତ ସମ୍ଭାଷଣ ପ୍ରଦାନ ସହିତ ସଭା ପରିଚାଳନା କରିଥିଲେ lଏହି ଶିବିରରେ ସମସ୍ତ ଅତିଥି, ବିଭିନ୍ନ ଜିଲ୍ଳା ସ୍ତରୀୟ ଅଧିକାରୀ ଏବଂ ଲାଇନ୍ ବିଭାଗ ଅଧିକାରୀ ଶ୍ରମିକ କୃଷକ ତଥା ମହିଳା ଏଵଂ ଜନସାଧାରଣଙ୍କ ପାଇଁ ଥିବା ବିଭିନ୍ନ ବିଭାଗୀୟ ଲୋକାଭିମୁଖୀ ଯୋଜନା ସମ୍ବନ୍ଧରେ ଅବଗତ କରାଇଥିଲେ। ସମସ୍ତଙ୍କୁ ସମ୍ବୋଧନ କରି ଜିଲ୍ଲାପାଳ କୁରୁମପୁରୀ ପଞ୍ଚାୟତକୁ ପ୍ରବାସୀ ଶ୍ରମିକ ମୁକ୍ତ କରିବା ପାଇଁ ଆହ୍ଵାନ ଦେଇଥିଲେ। ଠକ ବେଆଇନ୍ ଶ୍ରମିକ ଦଲାଲ ମାନଙ୍କ ବିରୁଦ୍ଧରେ ଦୃଢ଼ କର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାଇ ଦେଇଥିଲେ। ବିଭିନ୍ନ ବିଭାଗ ଏଵଂ ଯୋଜନା ମାଧ୍ଯମରେ ସରକାର ଯୋଗାଇ ଦେଉଥିବା ସହାୟତା ତଥା ମନରେଗା ଯୋଜନାରେ କାମ କରି ଆନନ୍ଦ ମନରେ ନିଜ ନିଜ ଗାଁରେ ରହିବା ପାଇଁ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ। ଶେଷରେ ସ୍ଥାନିୟ ସରପଞ୍ଚ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଆଜିର ସଭାରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ବ୍ଲକ୍ ସ୍ତରୀୟ ଅଧିକାରୀ ଏବଂ ଶହ ଶହ ସଂଖ୍ୟାରେ ମହିଳା ତଥା ଜନ ସାଧାରଣ ଯୋଗ ଦେଇଥିଲେ ।ପୂର୍ବରୁ ଝିଅ ପାଇଁ ଗଛଟିଏ କାର୍ଯ୍ୟକ୍ରମ ସମାରୋହରେ ଜିଲ୍ଲାପାଳ ଗୋଟିଏ ନବଜାତକ ଶିଶୁ କନ୍ୟା ଓ ତାହାର ପିତାମାତାଙ୍କୁ ଉପହାର ପ୍ରଦାନ କରି ସେମାନଙ୍କ ଦ୍ୱାରା ନୂତନ ବୃକ୍ଷ ରୋପଣ କରାଇଥିଲେ l ନବଜାତକ ଶିଶୁ କନ୍ୟାକୁ ଜିଲ୍ଲାପାଳ କୋଳରେ ଧରି ତା ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ । ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଗାଁର ବିଭିନ୍ନ ଗର୍ଭବତୀ ମହିଳାଙ୍କୁ ଏହି ସମାରୋହରେ ଫଳମୂଳ, ପନିପରିବା, ପୃଷ୍ଟିକର ଖାଦ୍ୟ ଏବଂ ବିଭିନ୍ନ ଉପହାର ଭେଟି ଦେଇଥିଲେ l ପକ୍ଷୀ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଜିଲ୍ଲାପାଳ, ବନଖଣ୍ଡ ଅଧିକାରୀ ଏବଂ ସମସ୍ତ ଅତିଥି ମାନେ ପକ୍ଷୀ ମାନଙ୍କ ପାଇଁ ଖାଦ୍ୟ, ଜଳ ଓ ବସା ଯୋଗାଇ ଦେଇଥିଲେ lଆଜିର ଏହି ନିଆରା କାର୍ଯ୍ୟକ୍ରମ ପାଇଁ କୁରୁମପୁରୀ ଗାଁ ଆନନ୍ଦ ମୁଖର ହୋଇ ଉଠିଥିଲା l ଏହାକୁ କୋମନା ବିଡ଼ିଓ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସଙ୍ଗୀତା ପାତ୍ର, କୋମନା ସିଡିପିଓ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆୟୋଜନ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!