ନୂଆପଡା ୧୪.୭.ଓମ ପ୍ରକାଶ ଚୌଧୁରୀ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଭରୁଆମୁଣ୍ଡା ଡାକ ମାଷ୍ଟର ଜଗ ମୋହନ ବାଗ ଙ୍କ ହୃଦଘାତ ରେ ଅକାଳ ବ ଳ ବିୟୋଗ ଘଟିଛି। ତାଙ୍କୁ ାଙ୍କୁ ମୃତ୍ୟୁ ବେଳକୁ ୫୯ ବର୍ଷ ହୋଇଥିବା ଜଣାପଡିଛି। ସେ Iଞ୍ଚଳର ଜଣେ ଜଣାଶୁଣା ଥୂବା ବେଳେ ମେଲାପି ଭଦ୍ର ଓ ନମ୍ର ଭାବରେ କାର୍ଯ୍ୟରତ ଥିଲେ। ତାଙ୍କର ମୃତ୍ୟୁ ରେ ଅଞ୍ଚଳ ରେ ଶୋକର ଛାୟା ଖେଳି ଯାଇଛି। ଆଜି ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ଛାତି ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ତୁରନ୍ତ ସିନାପାଲି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ। ହେଲେ ଡାକ୍ତର ଶ୍ରୀମାନ ସାହୁ ତାଙ୍କୁ ମୃତ ଘାଷଣା କରିଥିଲେ। ଶ୍ରୀ ବାଗ ସିନାପାଲି ଅଞ୍ଚଳ ରେ ଜଣାଶୁଣା ଥିବା ବେଳେ ତାଙ୍କର ମୃତ୍ୟୁ ରେ ଶୋକ ବ୍ୟକ୍ତି କରିଛନ୍ତି। ଆଜି ତାଙ୍କର ଗ୍ରାମ ଭରୁଆମୁଣ୍ଡା ରେ ଶେଷକୃତ୍ୟ ସଂ ସଂପନ୍ନ ହୋଇଛି। ବଡ଼ ପୁଅ ସାମ୍ବାଦିକ ହେରାମ୍ବ ବାଗ ମୁଖାଗ୍ନି ଦେଇଥିବା ବେଳେ ସ୍ଥାନୀୟ ସରପଞ୍ଚ ବିରଞ୍ଚି ଜଗତ, ସୁରେଶ ବାଗ, ଗଜିନ୍ଦ୍ର ନିଆଲ ସମେତ ଅନେକ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ।
