ମାଁ ଦ୍ବାରସନୀ ମନ୍ଦିର ପ୍ରତିଷ୍ଠା ପ୍ରସ୍ତୁତି ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ।

ନୂଆପଡ଼ା -୧୪/୭(ଜିଲ୍ଲା ଖବର) ବୋଡ଼େନ ବ୍ଲକ ସଦର ମହକୁମା ର ଅଧୂଷ୍ଠାତ୍ରୀ ଦେବୀ ମାଁ ଦ୍ବାରସନୀ ଙ୍କ ମନ୍ଦିର କମିଟି ର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି। ଏ ଅବସର ମାଁ ଙ୍କ ନବ ନିର୍ମିତ ମନ୍ଦିର ର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ରୂପ ରେଖ ଉପରେ ଆଲୋଚନ କରାଯାଇ ଥିଲା ଏବଂ ମନ୍ଦିର କମିଟି ର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା।ଉପରୋକ୍ତ ବୈଠକ ରେ ବୋଡେନ ସମେତ ଚବିଶ ଟିକିର ଶ୍ରଦ୍ଧାଳୁ ଜନତା ଉପସ୍ଥିତ ଥିଲେ I ପାରିଚାଳନାକମିଟିର ସଭାପତି ରୂପେ ରାଜୁସିଂ ମାଝୀ,ଉପ ସଭାପତି ଅନୁର ମାଝୀ,ସମ୍ପାଦକ ସୋଯନେଶ୍ବର ମଲ୍ଲିକ, ଯୁଗ୍ମ ସମ୍ପାଦକ ଦୁଧୂଆ ମାଝୀ, କୋଷାଧ୍ୟକ୍ଷ ମଝିଆ ମାଝୀ ପ୍ରମୁଖ ଙ୍କୁ ଚୟନ କରାଯାଇଛି । ଉପଦେଷ୍ଟା ଭାବେ ଲମ୍ବୋଦର ନିଆଲ, ରୋହିତ ଦଣ୍ଡସେନା, ରାଜେନ୍ଦ୍ର ସିଂ ନିନା, ଡିଙ୍ଗର ମହାନନ୍ଦ, ଯୋଗୀନ୍ଦ୍ର ମାଝୀ,ପୁସ୍ତମ ନାଗ, ନିଲମ ନାଇକ, ଯୁଗଳ କୈବର୍ତ୍ତ ବାମନ ଚନ୍ଦ୍ର ମାଝୀ, ତୋପ ସିଂ ମାଝୀ,ସୌଦାଗର ସାହୁ, ତୁଲାରାମ ଚିନ୍ଦା ପ୍ରମୁଖ ଙ୍କୁ ଚୟନକରାଯାଇଛି I ଅନ୍ୟମାନଙ୍କ ମଧ୍ୟରେ କାଶୀରାମ ଦଣ୍ଡସେନା, ରବିରଞ୍ଜନ ପ୍ରଧାନ,ବଳରାମ ଦଣ୍ଡସେନା,ସଞ୍ଜୁ ଅଗ୍ରୱାଲ, ଦେବରାଜ ଦଣ୍ଡସେନା,ମନ ମାଝୀ ସମେତ ଶତାଧୂକ ଲୋକଙ୍କର ସମାଗମ ହୋଇଥିଲା ଇ ଆସନା ସେପ୍ଟେମ୍ବର ୯ ତାରିଖରେ ମାଁଙ୍କ ନବ ନିର୍ମିତ ମନ୍ଦିର ର ପ୍ରତିଷ୍ଠା ହେବ ବୋଲି କମିଟି ପକ୍ଷରୁ ସୁଚନା ମିଳିଛି ।

Leave a Reply

Your email address will not be published. Required fields are marked *

error: Content is protected !!