ନୂଆପଡା ତା:୧୪.୦୭. (ଜିଲ୍ଲା ଖବର ଓମ ପ୍ରକାଶ ଚୌଧୁରୀ ନୂଆପଡ଼ା ଜିଲ୍ଲାପାଳ ଏବଂ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର କୋମନା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲାପାଳ ମଧୁସୂଦନ ଦାଶ ଯୋଗ ଦେଇ ଲୋକଙ୍କ ସମସ୍ୟା ଏବଂ ସେବା ଯୋଗାଣ ରେ ଜିଲ୍ଲା ପ୍ରଶାସନ ତତ୍ପରତା ଥିବା ବେଳେ ସମସ୍ତ ସମସ୍ୟା କୁ ସମାଧାନ ପାଇଁ ଆହ୍ବାନ କରିଛନ୍ତି। ଏହି ଶିବିର ରେ ପୋଲିସ ଆରକ୍ଷୀ ଅଧୀକ୍ଷକ ଜିଆର ରାଘବେନ୍ଦ୍ର ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଖଡିଆଳ ବନଖଣ୍ଡ ଅଧିକାରୀ ଅଜିଜ୍ ଖାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, କୋମନା ବ୍ଲକ ଅଧ୍ୟକ୍ଷା ଅନୁଷୟା କୁମ୍ଭାର, ବିଡ଼ିଓ ବିନୟ କୁମାର ଭୋଇ, ବ୍ଲକ ଉପାଧ୍ୟକ୍ଷ ଜୟଦେବ ପ୍ରଧାନ ମଞ୍ଚାଷିନ ହୋଇଥିଲେ। ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇ ଅଭିଯୋଗ ସମାଧାନ କରିଥିଲେ।
