ନୂଆପଡ଼ା -୧୩/୭ ( ଜିଲ୍ଲା ଖବର ଓମ ପ୍ରକାଶ ଚୌଧୁରୀ )କୋଦୋମେରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ଓ ବୃକ୍ଷ ରୋପଣ ଓ ସଫେଇ ସ୍ବଚ୍ଛତା କାର୍ୟ୍ଯ ବିଦ୍ୟାଳୟ ର ଛାତ୍ରଛାତ୍ରୀ, ପରିଚାଳନା ସମିତିର ସଭ୍ୟ/ସଭ୍ୟା, ଓ ଶିକ୍ଷକ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଦ୍ବାରା କରାଯାଇଅଛି। ଏ ଅବସର ରେ ଆୟୋଜିତ ଏକ ସଭା ରେ ମୂଖ୍ୟ ଅତିଥି ରୂପେ ବିଜେପି ଜିଲ୍ଲା ଯୁବା ମୋର୍ଚ୍ଚା ସଭାପତି ଅଭିନନ୍ଦନ ପଣ୍ଡା, ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ମମତା ଆଷିଶ ପୁଞ୍ଜୀ,ସମିତି ସଭ୍ୟା ଶ୍ରୀମତୀ ବାସମତି ଶବର, ଶିକ୍ଷାବିତ୍ ପରମାନନ୍ଦ ସାହୁ ,ଗଚ୍ଛିନ ଧରୁଆ,ପଞ୍ଚସଖା ଶିକ୍ଷା ସେତୁ ସଭାପତି ହୁମେ ଲାଲ ସାହୁ, ସମ୍ପାଦକ ନନ୍ଦ ଲାଲ ସୁନା, ସଭ୍ଯ ଗଣେଶ ରାମ ଦଣ୍ଡସେନା,କୃଷ୍ଣ ମାଝୀ, ଶ୍ରୀମତୀ ଅଞ୍ଜନା ରାଣୀ ପଣ୍ଡା ସମେତ ଉପସ୍ଥିତ ରହି ଛାତ୍ର ଛାତ୍ରୀ ଙ୍କୁ ସଫେଇ ସ୍ବଚ୍ଛତା ଓ ଏକକ ବ୍ୟବହାର ପ୍ଲାଷ୍ଟିକ ବର୍ଜନ ଉପରେ ସଚେତନ କରିବା ସହ ବୃକ୍ଷ ରୋପଣ ର ଉପକାରିତା ଓ ବୃକ୍ଷ ଆମ ଜୀବନ ରେ କେତେ ମହତ୍ତ୍ଵ ପୂର୍ଣ୍ଣ ଭୂମିକା ନେଇଛି ସେ ଉପରେ ବିଶଦ ଭାବେ ଆଲୋଚନା କରି ଉପସ୍ଥିତ ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ । ଅତିଥି ପରିଚୟ ଓ ମଞ୍ଚ ପରିଚାଳନା ଗୋକୁଳ ରାମ ଦଣ୍ଡସେନା କରିଥିବା ବେଳେ ହିମାଂଶୁ ଶେଖର ରାଉତ, ଭୀମସେନ ସାହୁ ଓ ମନୋଜ ଦାସ ବିଭିନ୍ନ କାର୍ୟ୍ଯରେ ସହଯୋଗ କରିଥିଲେ ।ବନମହୋତ୍ସବ କାର୍ଯକ୍ରମ ପରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କର ଭୋଟ ମାଧ୍ୟମରେ କ୍ୟାବିନେଟ୍ ଗଠନ ହୋଇଥିଲା । ଆମ ସମ୍ବିଧାନ ଅନ୍ତର୍ଗତ ଭୋଟ ଦେବାର ଅଧିକାର ସମ୍ବନ୍ଧିତ ପ୍ରତ୍ୟକ୍ଷ ଭାବରେ ଭୋଟଗ୍ରହଣ କେନ୍ଦ୍ର ଠାରୁ ଆରମ୍ଭ କରି ବେଲେଟ ପେପର, ପୋଲିଙ୍ଗ ଅଫିସର, ପ୍ରିଜାଇଡିଂ ଅଫିସର , ପୋଲିଙ୍ଗ ବଖରା, ପୋଲିଙ୍ଗ ବାକ୍ସ ଆଦିର ସମ୍ପର୍କ ରେ ପ୍ରତ୍ଯକ୍ଷ ଭାବେ ଧାରଣା ଦେଇ ଛାତ୍ରଛାତ୍ରୀଙ୍କୁ ବୁଝାଇ ଦିଆଯାଇଥିଲା ।ବିଦ୍ୟାଳୟର ମୁଖ୍ୟ ବାଳିକା ଭାବରେ କୁମାରୀ ଚାନ୍ଦିନୀ ବାରିକ୍ ଓ ମୁଖ୍ୟ ବାଳକ ଭାବରେ ପ୍ରେମ ଚାନ୍ଦ ରାଉତ ନିର୍ବାଚିତ ହୋଇଥିଲେ ।
