ଉପାନ୍ତ ଗ୍ରାମ ଚିତାରମା ରେ ପହଞ୍ଚିଲା ସ୍ଵାସ୍ଥ୍ୟ ବିଭାଗ: ଲୋକଙ୍କ ମୁହଁ ରେ ହସ ଫୁଟିଲା।

ନୂଆପଡ଼ା -୧୩/୭ (ଜିଲ୍ଲା ଖବର ଓମ ପ୍ରକାଶ ଚୌଧୁରୀ) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଉପାନ୍ତ ଘାଟମାଳ ଗ୍ରାମପଞ୍ଚାୟତ ର ଚିତାରମା ଗ୍ରାମରେ ଦେଖା ଦେଇଥିବା ସ୍ଵାସ୍ଥ୍ୟ ସମସ୍ୟା ଯଥା ଜ୍ୱର କାଶ ରୋଗ ର ପ୍ରାଦୁର୍ଭାବ କୁ ନେଇ ବିଭିନ୍ନ ଖବର କାଗଜ ରେ ପ୍ରକାଶନ ପରେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ଙ୍କ ନିର୍ଦ୍ଦେଶ କ୍ରମେ ସିନାପାଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡଃ ଶ୍ରୀମାନ ସାହୁ ଙ୍କ ନେତୃତ୍ୱ ରେ ଉପରୋକ୍ତ ଗ୍ରାମ ରେ ଏକ ଡ଼ାକ୍ତରୀ ଦଳ ପହଞ୍ଚି ଚିକିତ୍ସା କରିବା ସହ ସ୍ଵାସ୍ଥ୍ୟ ପରୀକ୍ଷା, ରକ୍ତ ପରୀକ୍ଷା କରି ବିଭିନ୍ନ ଔଷଧ ସାଙ୍ଗକୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟ ରେ ସଚେତନ କରିଛନ୍ତି। ପୂର୍ବାହ୍ନ ରେ ଡ଼ାକ୍ତରୀ ଦଳ ଗାଁ କୁ ପହଞ୍ଚି ଗ୍ରାମର ଅନୁଧ୍ୟାନ କରିବା ସହ ଜ୍ୱର କାଶ ସାଙ୍ଗକୁ ବିଭିନ୍ନ ରୋଗରେ ପୀଡିତ ରୋଗୀଙ୍କ ପରୀକ୍ଷା କରିଥିଲେ। ସେହିପରି ଗ୍ରାମର ୩ ଜଣ ଗର୍ଭବତୀ ମହିଳା ଙ୍କ ଚିକିତ୍ସା କରିବା ସହ ସେମାନଙ୍କୁ ମା ଗୃହରେ ରହିବା ପାଇଁ ପରାମର୍ଶ ଦିଆଯାଇଛି। ସେହିପରି ଗ୍ରାମର ୪୧ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଥିବା ବେଳେ ୩ ଜଣ ଗର୍ଭବତୀ,୮ ଜଣ ୫ ବର୍ଷ ର ଶିଶୁ ଙ୍କୁ ପରୀକ୍ଷା କରଯାଇଥିଲା। ଜଣେ ଗର୍ଭବତୀ ମହିଳା ଙ୍କୁ (ପି.ଭି) ଓ ଜଣେ ଶିଶୁ ଙ୍କୁ ମ୍ୟାଲେରିଆ (ପି.ଏଫ) ବାହାରିଥିବା ଜଣାପଡିଛି। ଅନ୍ୟ ମାନଙ୍କୁ ସାଧାରଣ ଜ୍ୱର ଓ କାଶ ଥିବା ଜଣାପଡିଛି। ଏହି ଡ଼ାକ୍ତରୀ ଦଳ ରେ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀମାନ ସାହୁ, ପିଏଚଇଓ ଅଙ୍ଗଦ ମାଝି, ଏମଟିଏସ ଦିବ୍ୟରଞ୍ଜନ ନାଏକ,ସ୍ଵାସ୍ଥ୍ୟ ସୁପରଭାଇଜର ଧବଳେଶ୍ଵର ମେହେର, ଭ୍ରାମ୍ୟମାଣ ଡାକ୍ତର ନରଗିସ ଜାହାନ, ସିଏଚଓ ବିନାୟକ ମେହେର,ଫାର୍ମାସିଷ୍ଟ ଶରତ ମେହେର, ଏଏନଏମ ଅପରାଜିତା ସାହୁ, ଆଶା କର୍ମୀ ଚୂଡ଼ାମଣି ଚିନ୍ଦା,ପୁଷ୍ପାଞ୍ଜଳି ମେହେର ପ୍ରମୁଖ ସାମିଲ ରହି ଥିଲେ ଉଦନ୍ତ୍ତି ନଦୀ ପାର ହୋଇ ଏହି ଦଳ ପହଞ୍ଚି ଚିକିତ୍ସା ଯୋଗାଇଥିବା ବେଳେ ଏହି ଗ୍ରାମ ବଣ ପାହାଡ ଜଙ୍ଗଲ ଅଞ୍ଚଳ ରେ ରହିଥିବାରୁ ବିଭିନ୍ନ ସଂକ୍ରାମକ ରୋଗ ଉପରେ ସଚେତନ ରହିବା ପାଇଁ ପରାମର୍ଶ ଦିଆଯାଇଛି। ଗ୍ରାମର ନର ଚିନ୍ଦା କହିବା ଅନୁସାରେ ଆମର ଗ୍ରାମ ଜଳବନ୍ଦୀ ରେ ଅଛି। ଆମେ ଅନେକ ସମସ୍ୟା ଭୋଗୁଛୁ ଆମ ଗାଁ ପ୍ରତି ସ୍ଵତନ୍ତ୍ର ଦୃଷ୍ଟି ନ ଦେଲେ ଅନେକ ଲୋକ ରୋଗ ରେ ପଡିଲେ କୌଣସି ଉପାୟ ନାହିଁ।ପ୍ରତିବର୍ଷ ଏଭଳି ସମସ୍ୟା ରହୁଛି। ଅନେକ ଲୋକଙ୍କ ଜୀବନ ବି ଯାଉଛି ବୋଲି ପ୍ରକାଶ କରିଥିଲେ। ଉପରୋକ୍ତ ଗ୍ରାମ ପ୍ରତି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପ୍ରତି ମାସ ରେ ନିୟମିତ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ସାଧାରଣ ଦାବୀ ହେଉଛି।

Leave a Reply

Your email address will not be published. Required fields are marked *

error: Content is protected !!