ଖଡ଼ିଆଳ 13.7.(ଜିଲ୍ଲା ଖବର ଓମ ପ୍ରକାଶ ଚୌଧୁରୀ )..ମନୁଷ୍ୟର ମାନବିକତା ବର୍ତମାନ ବି ବଜାୟ ରହିଛି। ଅସହାୟକୁ ସହାୟତା କରିବା, ଦୁଖୀ ଦରିଦ୍ରଙ୍କୁ ଅର୍ଣ୍ଣଦେବା, ଅର୍ଥ ଅଭାବରୁ ଚିକିତ୍ସିତ ହୋଇ ପାରୁନଥିବା ଲୋକଙ୍କୁ ଚିକିତ୍ସା ପାଇଁ ପଠାଇବା ଭଳି ମହତ କାମ ରେ ନିଜକୁ ଅନ୍ୟର ଦୁଃଖରେ ସାମିଲ ହେବା ଭଳି ସମାଜରେ କାମରୁଥିବା ବ୍ୟକ୍ତି ମାନବ ଦେବତା କହିଲେ ଭୁଲ ହେବ ନାହିଁ.। ଖଡ଼ିଆଳ ବ୍ଲକ ଉପାଧ୍ୟକ୍ଷ ଗୌତମ ତାଣ୍ଡି ଏଭଳି ମଣିଷ ପଣିଆ କାମ କରି ମଣିଷ ସମାଜକୁ ସଚେତନ କରି ଉଦାହରଣ ସାଜି ଛନ୍ତି।ଖଡ଼ିଆଳ ବ୍ଲକ ଅନ୍ତର୍ଗତ ସାନ ମହେଶ୍ୱର ପଞ୍ଚାୟତ ଦେଓ ବାହାଲ ଗ୍ରାମର ରୋଗରେ ଆକ୍ରାନ୍ତ ବିଧବା ପୂର୍ଣ୍ଣମୀ ମାଝି (୫୦) ଙ୍କୁ ଖଡ଼ିଆଳ ବ୍ଲକ ଉପାଧ୍ୟକ୍ଷଙ୍କ ଗୌତମ ତାଣ୍ଡି ଚିକିତ୍ସା ପାଇଁ ସହାୟତା ର ହାତ ବଢ଼ାଇ ଛନ୍ତି।ଦୀର୍ଘଦିନ ଧରି ଅଜଣା ରୋଗରେ ପୂର୍ଣ୍ଣମୀ ପୀଡିତ ହୋଇ ଟଙ୍କା ଅଭାବରୁ ଚିକିତ୍ସା ହୋଇ ପାରୁନଥିଲେ.। ଫଳରେ ସେ ଶଯ୍ୟା ସାଇ ହୋଇ ପଡି ରହିଛନ୍ତି। ଖବର ପାଇ ଉପାଧ୍ୟକ୍ଷ ଶ୍ରୀ ତାଣ୍ଡି ଘରେ ପହଞ୍ଚି କିଛି ସାମଗ୍ରୀ ସହିତ ଦଶ ହଜାର ଟଙ୍କା ଓ ଅଧିକ ଚିକିତ୍ସା ପାଇଁ ରାୟପୁର ଯିବାକୁ ଗାଡିର ବ୍ୟବସ୍ଥା କରିଛନ୍ତି। ପୂର୍ଣ୍ଣମୀ ନିରୀହ ହୋଇଥିବା ବେଳେ ତାଙ୍କର ଗୋଟିଏ ଝିଅକୁ ଅନ୍ୟତ୍ର ବିବାହ ଦେଇଛନ୍ତି।ଗୌତମ ତାଣ୍ଡି ଙ୍କ ଏଭଳି କାର୍ଯ୍ୟକୁ ସାଧାରଣ ରେ ଖୁବ ପ୍ରଶଂସା କରାଯାଉଛି।ଖାଲି ଏତିକି ନୁହେଁ ତାଙ୍କ ପାଖକୁ ଯେ କୌଣସି ଲୋକ ଯଦି ସମଷ୍ୟା ପଡନ୍ତି ତାଙ୍କ ନଜର କୁ ଆସିଲେ ସେ ସହାୟତାର ହାତ ବଢ଼ାଇ ସାହାରଜ୍ୟକରିଥାନ୍ତି।
