ନୂଆପଡା.୧୩.୭. (ଜିଲ୍ଲା ଖବର.ଓମ ପ୍ରକାଶ ଚୌଧୁରୀ) ରାଜ୍ୟ ସରକାର ଲକ୍ଷଲକ୍ଷ ଟଙ୍କା ଖର୍ଚ କରି ରୋଗିଙ୍କୁ ପ୍ରାଥମିକ ଚିକିତ୍ସା ସେବା ଯୋଗାଇ ଦେବାପାଇଁ ପ୍ରତେକ ଗ୍ରାମପଞ୍ଚାୟତ ରେ ଗୋଟିଏ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଖୋଲିଛନ୍ତି, ଓ ଉଚିତ ଚିକିତ୍ସା ଯୋଗାଇ ଦେଉଥିବାବେଳେ ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଉପାନ୍ତ ନାଗପଡା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଦୀର୍ଘ ଦିନ ହେବ ବନ୍ଦ ହୋଇ ରହିଛି, ଝାହା ଫଳରେ ରୋଗି ପ୍ରାଥମିକ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି,ଓ ବାଧ୍ୟହୋଇ ତିରିଶ କିଲୋମିଟର ବୋଡେ଼ନ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ପ୍ରାଥମିକ ଚିକିତ୍ସା ପାଇଁ ଯାଉଛନ୍ତି ଏହି ସମସ୍ୟା କୁ ଯଥାଶୀଘ୍ର ବିଭାଗୀୟ ଅଧିକାରୀ ତଦନ୍ତ କରି ନିୟୋଜିତ ଥିବା କର୍ମଚାରୀ ଙ୍କୁ ନାଗପଡା ଆୟୁସ୍ମାନ ଆରୋଗ୍ୟ ମନ୍ଦିରେ ସ୍ଥୟୀଭାବରେ ରହି ରୋଗୀଙ୍କୁ ପ୍ରାଥମିକ ସେବା ଯୋଗାଇଦେବା ପାଇଁ ଅଞ୍ଚଳ ବାସି ଦାବି କରିଛନ୍ତି,,
