ନୂଆପଡା ତା:୧୨.୦୭. (ଜିଲ୍ଲା ଖବର )(ଓମ ପ୍ରକାଶ ଚୌଧୁରୀ )ନୂଆପଡ଼ା ଜିଲ୍ଲା ଖଡିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସର ମଧ୍ୟରେ ଜିଲ୍ଲାସ୍ତରୀୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ, ୭୬ତମ ବନ୍ ମହୋତ୍ସବ ୨୦୨୫ ପାଳିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଯୋଗ ଦେଇ ସବୁଜ ସୁନ୍ଦର ଏବଂ ନିର୍ମଳ ପରିବେଶ ସୃଷ୍ଟି କରିବାକୁ କହି ପ୍ରଧାନମନ୍ତ୍ରୀ ମାଁ ଙ୍କ ପାଇ ଗଛ ଟିଏ କାର୍ଯ୍ୟକ୍ରମ ରେ ସାମିଲ ହୋଇ ପ୍ରତ୍ୟେକ ନାଗରିକ ପାଞ୍ଚ ଗୋଟି ଚାରା ରୋପଣ ପାଇଁ ଆହ୍ବାନ କରିଥିଲେ। ଅତିଥି ରୂପେ ଖଡିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ, ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ, ଖଡିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, ଖଡିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାଁ, କଲେଜ୍ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡା, ପରିଚାଳନା କମିଟି ଅଧ୍ୟକ୍ଷ ବିଶ୍ୱଜିତ ପାଢୀ, ଛାତ୍ର କଲ୍ୟାଣ ଗୀତା ଶ୍ରୀ ପ୍ରୀୟବନ୍ଧା ମଞ୍ଚ ପରିଚାଳନା କରିଥିଲେ। ଅତିଥି ମାନେ ଚାରା ରୋପଣ କରିଥିଲେ। ଏକ ହଜାର ରୁ ଉର୍ଦ୍ଧ ସୁବିଧା ଥିବା ଅଡିଟରୀୟମ ନିର୍ମାଣ ପାଇଁ ପାଣ୍ଠି ବ୍ୟବସ୍ଥା ପାଇଁ ବିଧାୟକ ଉପସ୍ଥାପନ। ଏହି ଉପଲକ୍ଷେ ବନ୍ ସୁରକ୍ଷା ସମିତି କୁ ଶ୍ରେଷ୍ଠ ବନ୍ ସୁରକ୍ଷା ସମିତି ରୂପେ ପୁରସ୍କୃତ କରିଥିଲେ। ରେଞ୍ଜର ଜୟଦେବଦେବ ମାଝୀ ଧନ୍ୟବାଦ୍ ଦେଇଥିଲେ।
