ନୂଆପଡା ତା:୧୨.୦୭.(ଜିଲ୍ଲା ଖବର)(ଓମ ପ୍ରକାଶ ଚୌଧୁରୀ) ସିନାପାଲି ଉଚ୍ଚ ବିଦ୍ଯାଳୟ ପରିସରରେ ଗଙ୍ଗାଧର ସାରସ୍ୱତ ସମିତିର ବରିଷ୍ଠ ସଦସ୍ଯ ରବୀନ୍ଦ୍ରନାଥ ଯୋଷୀଙ୍କ ଅଧ୍ଯକ୍ଷତାରେ ଶ୍ରାବଣୀ ଅନୁଷ୍ଠିତ। ସିନାପାଲି ପ୍ରେସ କ୍ଲବ ସଭାପତି ଅଜିତ ଯୋଷୀ, ବିଜ୍ଞାନ ଶିକ୍ଷକ ମନୋରଞ୍ଜନ ମେହେର ଓ ମାରୱାଡ଼ି ଯୁବାମଂଚର ସଭାପତି ହିରାଲାଲ ଅଗ୍ରୱାଲ, ସମିତିର ସଂପାଦକ ତରୁଣ କୁମାର ମେହେର ଯୋଗ ଦେଇଥିବା ବେଳେ ଆସରର ଆଲୋଚକ ଭାବରେ ବ୍ଯଙ୍ଗକବି ଶିବପ୍ରସାଦ ମେହେର ଉପସ୍ଥିତ ରହି ବର୍ଷା ସହ ସାହିତ୍ଯର ନିବିଡ଼ ସଂପର୍କ ବିଷୟରେ ନିଜସ୍ବ ମତ ରଖିଥିଲେ। ଧୄବ ଚରଣ ପ୍ରଧାନଙ୍କ ସଂଯୋଜନାରେ କବି ସଦୟ ପ୍ରଧାନ, ଗଣପତି ବାଗ, ଭୀଷ୍ମରାଜ ମେହେର, ଶାଶ୍ୱତୀ ହୋତା, ପ୍ରେମାନନ୍ଦ ମେହେର, ବିଜୟ କୁମାର ଯୋଷୀ, ମୁରଳୀଧର ସା, ଚିନ୍ତାମଣି ସାହୁ, ଧବଳେଶ୍ବର ମେହେର, ନବୀନ ଚଂଦ୍ର ମେହେର ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ। ସମିତିର ସଭାପତି ବୈଷ୍ଣବ ମେହେରଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ଯକ୍ରମରେ କନକ ବର୍ଦ୍ଧନ ସାହୁ, ତ୍ରିନାଥ ମେହେର, ଲଳିତ କୁମାର ସୁନାରୀ, ବାମଦେବ ଦାଶ, ନୀଲାଂଚଳ ମେହେର, ସାନୁର୍ଯ୍ଯ ମେହେର, ଭୋଗିନାଥ ରଣା, ସମୀର ପାତ୍ର, ପ୍ରଭାତ କୁମାର ମେହେର, ବେଣୁଧର ମେହେର, ବହୁ କବି ଯୋଗ ଦେଇଥିଲେ।
