ନୂଆପଡା ତା ୧୨-୦୭-(ଜିଲ୍ଲା ଖବର )(ଓମ ପ୍ରକାଶ ଚୌଧୁରୀ )ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ୱେଷ୍ଟର୍ନ ଓଡ଼ିଶା ରେଶିଡେନ୍ସିଆଲ ପବ୍ଲିକ ସ୍କୁଲ ପରିସରରେ ବନମହୋତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି l ଏହି ମହୋତ୍ସବରେ ସ୍କୁଲ ର ନିର୍ଦ୍ଦେଶିକା ଶ୍ରୀମତୀ ସ୍ନିଗ୍ଧା ଘୋଷ, ଅଧ୍ୟକ୍ଷା ସସ୍ମିତା ପଟ୍ଟନାୟକ, ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ବୃନ୍ଦ ତଥା କର୍ମଚାରୀ ବୃନ୍ଦ ଯୋଗଦେଇଥିଲେ । ସଭରେ ମୁଖ୍ୟ ଅତିଥି ଶ୍ରୀମତୀ ପଟ୍ଟନାୟକ ଆମର ଦୈନଦିନ ଜୀବନରେ ଗଛର ଉପକାରିତା, ପାଣିପାଗ ତଥା ବାୟୁମଣ୍ଡଳରେ ଏହାର ପ୍ରଭାବ ବିଷୟରେ ଆଲୋଚନା କରିଥିଲେ । ଏ ବର୍ଷ “ମା ପାଇଁ ଗଛଟିଏ” ଶୀର୍ଷକରେ ଶିକ୍ଷକ ଶିକ୍ଷୟତ୍ରୀ ତଥା ଛାତ୍ର ଛାତ୍ରୀ ବୃନ୍ଦ ଗଛ ଲଗାଇ ଥିଲେ ।
