ନୂଆପଡା,୧୧/୦୭ (ଜିଲ୍ଲା ଖବର):(ଓମ ପ୍ରକାଶ ଚୌଧୁରୀ)..ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ କରଙ୍ଗାଭଟା ପ୍ରାଥମିକ ବିଦ୍ୟାଳୟ କୋଠା ଛାତରୁ ବର୍ଷା ପାଣି ପ୍ରବଳ ମାତ୍ରାରେ ଝରୁଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଯାହାଦ୍ବାରା କୁନି କୁନି ଛାତ୍ରଛାତ୍ରୀ ଓଦା ସରସର ହୋଇ ବିଦ୍ୟା ଦ୍ୟାଳୟରେ ବସି ପାଠ ପଢିବାକୁ ବାଧ୍ଯ ସହ ସ୍କୁଲ ପାଚେରୀ ଅଧା ହେଉଛନ୍ତି ।ଏହା ପନ୍ତରିଆ ହୋଇଥ ହାଇଥିବା ଯୋଗୁଁ ପାଠପଢ଼ା ସମୟରେ କୁକୁର ତାହା । ଅନ୍ୟାନ୍ୟ ଜୀବଜନ୍ତୁ ଚାଲି ଆସୁଥିବାରୁ ଛାତ୍ରଛାତ୍ର ତ୍ରୀଙ୍କ ପାଠ ପଢ଼ାରେ ନାନାଦି ସମସ୍ୟାର ସମ୍ମୁଖୀନ ହେଉ ହେଉଥିବା ଦେଖିବାକୁ ମିଳିଛି । ଚଳିତ କେତେଦିନ ହେବ ସାରା ଅଂଚଳରେ ଲଗାଣ ବର୍ଷା ଜାରି ରହିଛି । ବର୍ଷା ଯୋଗୁଁ ଛାତ ରେ ବର୍ଷାପଣି ଜମା ହୋଇ ରହୁଛି ।ଜାହାଦ୍ବାରା ଛାତ୍ରଛାତ୍ରୀ ପାଠ ପଢିବାକୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏନେଇ ସ୍କୁଲ ପରିଚାଳନା କମିଟି ତଥା ଗ୍ରାମବାସୀ ଅନେକ ଥର ବିଭାଗକୁ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ଏହାର ଆଶୁ ସମାଧାନ କରାଯାଉ ନାହିଁ ।ଏଣୁ ଜିଲ୍ଲା ପ୍ରଶାସନ ଏଦିଗରେ ତୁରନ୍ତି ଦୃଷ୍ଟି ଦେଇ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ନୂତନ କୋଠା ତଥା ଛାତ ର ମରାମତି କରିବାକୁ ନିର୍ଦେଶ ଦେବେ ବୋଲି ଗ୍ରାମବାସୀ ଆଶା ପ୍ରକଟ କରିଛନ୍ତି
