ନୂଆପଡା ୧୨/୦୭- ନୂଆପଡା ଜିଲ୍ଲା (ଜିଲ୍ଲା ଖବର )ସିନାପାଲି ଉତ୍କଳ ପ୍ରାନ୍ତୀୟ ମାରୱାଡି ଯୁବା ମଞ୍ଚର ଆହ୍ୱାନରେ ସିନାପାଲି ଶାଖା ତରଫରୁ ସ୍ଥାନୀୟ ଅଗ୍ରସେନ ଭବନ ଠାରେ ଶଶକ୍ତ ନାରୀ ସମର୍ଥ ସଂଗଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ା କାର୍ଯ୍ଯକ୍ରମରେ ସମସ୍ତ ବର୍ଗର ମହିଳା କିପରି ଆତ୍ମନିର୍ଭରଶୀଳ ଓ ସମର୍ଥ ହୋଇ ପାରିବେ ସେନେଇ ଆଲୋଚନା କରାଯାଇଥିଲା ା ଏହି ଅବସରରେ ପବିତ୍ର ଗୁରୁପୂର୍ଣ୍ଣିମା ଓ ହରିୟାଲି ଶ୍ରାବଣ ତୀଜ ମେଳା ଉପଲକ୍ଷେ ଏଠାରେଏକ ମେଳାର ଆୟୋଜନ ମଧ୍ଯ କରାଯାଇଥିଲା । ଏହି ମେଳାରେ ଖରିଆରରୋଡରୁ ଲକ୍ଷ୍ମୀ ବୁଟିକ ଏଵଂ ଉମରକୋଟରୁ ବୋବି ଜୈନ୍ ଉପସ୍ଥିତ ରହି ମହିଳା ଉପଯୋଗୀ ଆକର୍ଷଣୀୟ ଫେନ୍ସି ସାମଗ୍ରୀ ଓ ଶାଢ଼ୀ ଆଦି ପ୍ରଦର୍ଶନ କରିଥିଲେ। ସିନାପାଲି ଅଂଚଳରେ ପ୍ରଥମ କରି ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ଯକ୍ରମକୁ ଯୁବାମଂଚ ଅଧ୍ୟକ୍ଷ ହିରାଲାଲ୍ ଅଗ୍ରୱାଲ, ସଂପାଦକ ଗଣେଶ କୁମାର ଅଗ୍ରୱାଲ, କୋଷାଧ୍ୟକ୍ଷ ରାଜେଶ ଅଗ୍ରୱାଲ ପ୍ରମୁଖଙ୍କ ସହିତ କାର୍ଯକ୍ରମ ମୁଖ୍ୟ ରିନା ଜିନ୍ଦଲ, ଜିଲ୍ଲା ପରିଷଦ ସଦସ୍ଯା ଆଶା ଜୈନ୍, ଅମିତ୍ ଜୈନ, ଆଶିଷ ଅଗ୍ରୱାଲ, ସୌରଭ ଜୈନ ପ୍ରମୁଖ ସହଯୋଗ କରିଥିଲେ ା କାର୍ଯ୍ଯକ୍ରମରେ ଅଂଚଳର ଶତାଧିକ ମହିଳା ଉପସ୍ଥିତ ହୋଇ ମେଳାରେ କିଣାକିଣି କରିଥିବା ଦେଖିବାକୁ ମିଲିଥିଲା ା
