ଖଡ଼ିଆଳ 12.7.(ଜିଲ୍ଲା ଖବର)(ଓମ ପ୍ରକାଶ ଚୌଧୁରୀ) ନୂଆପଡା ଜିଲ୍ଲା ଖଡିଆଳ ଗୋଶାଳା ପଛପଟେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ କୁନି କୁନି ଛାତ୍ର ଛାତ୍ରୀ ଅଧ୍ୟୟନ କରନ୍ତି । ସେମାନେ ଯିବା ରାସ୍ତାରେ ଜଳଯୋଗାଣ ଅଫିସ ଠାରେ ପାଣି ପାଇଁ ପ୍ରତିଦିନ ଯିବାପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । କେଉଁ କାଳରୁ ଏକ ଟ୍ରାକ୍ଟର ପଡ଼ି ରହିଥିବାରୁ ରାସ୍ତା ସଙ୍କୁଚିତ ହୋଇଛି । ଏ ଦିଗରେ ଶ୍ରୀ ଅରବିନ୍ଦ ଟ୍ରଷ୍ଟ ପକ୍ଷରୁ ଜେ ଇ ଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କିଛି ସୁଧାର ଆସୁନି । ଛାତ୍ର ଛାତ୍ରୀ,ଅଭିଭାବକ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଜଳ ଯୋଗାଣ ବିଭାଗ ଏଥିପ୍ରତି ଶୀଘ୍ର ଦୃଷ୍ଟି ଦେବାପାଇଁ ଦାବୀ ହେଉଛି ।
