ଖଡିଆଳ ସରକାରୀ ବାଳିକା ହାଇସ୍କୁଲ୍ ୧୯୯୪ ମେଟ୍ରିକ୍ ଵେଚ ବନ୍ଧୁ ମିଳନ ଉତ୍ସବ ପାଳିତ

ନୂଆପଡା ୩୦.୧୨. (ଜିଲ୍ଲା ଖବର)(ଓମ ପ୍ରକାଶ ଚୌଧୁରୀ) ଖଡିଆଳ ସରକାରୀ ବାଳିକା ଅଭୁଲା ଅମୃତ ସ୍ମୃତି ନେଇ ଜିଲ୍ଲାରେ ମହିଳା ସ୍କୁଲ ଵେଚ ର ପ୍ରଥମ ବନ୍ଧୁ ମିଳନ ଉତ୍ସବ ପାଳିତ ହୋଇଅଛି। ବିତାଇଥିବା ସେହି ସ୍ମୃତି ଓ ଅନୁଭୂତିର ସୁନେଲି ସ୍ଵପ୍ନ ସାକାର ହୋଇଅଛି। ବିବାହ ବନ୍ଧନ ଭିନ୍ନ ଭିନ୍ନ ସହର, ପେଶା, ପରିବାର ଓ ଦାୟିତ୍ୱ ଭିତରେ ବାଣ୍ଟିଦେଇଥିଲା, କିନ୍ତୁ ହୃଦୟର ଗଭୀରେ ପ୍ରଦେଶରେ ପିଲାଦିନର ଭିନ୍ନତା ମୁହୂର୍ତ୍ତ କୁ ମନେପକାଇ ସମସ୍ତେ ଭାବପ୍ରବଣ ବିଭୋର ହୋଇଥିଲେ।ପ୍ରଥମ ଦେଖାରେ ଲାଗିଲା, ଯେମିତି ସ୍କୁଲ୍ ଘଣ୍ଟି ଏବେ ବି ବାଜୁଛି, ବେଞ୍ଚ୍ ଉପରେ ନାମ ଖୋଦା ଅଛି, ଟିଫିନ୍ ବାଣ୍ଟି ଖାଇବାର ସେଇ ଅଭ୍ୟାସ ଫେରିଆସିଛି। ଛାତ୍ରୀଙ୍କ ମହିଳା ରୂପେ ପୁରୁଣା ଡାକନାମ, ପରୀକ୍ଷାର ଚିନ୍ତା, ଶିକ୍ଷକଙ୍କ ଶାସନ, ଖେଳପଡ଼ିଆର ଦୌଡ଼, ବିଦାୟ ସମ୍ବର୍ଦ୍ଧନା ଚତଃପାଶ୍ୱର୍ରେ ଝଳସି ଉଠିଥିଲା।ପୁନର୍ମିଳନ ସାକ୍ଷାତ୍ ନୁହେଁ, ଏହା ଥିଲା ଭାବନାର ସେତୁ, ମିତ୍ରତାର ପୁନର୍ଜନ୍ମ, ଓ ଆମ ଅପରିବର୍ତ୍ତିତ ବନ୍ଧନର ଉତ୍ସବ ବୋଲି ବେଚ ମେଟ ଙ୍କ ବାର୍ତ୍ତା ଥିଲା। ମାନବ ସମାଜ ରେ ମିତ୍ରତାର ସମ୍ପର୍କ ଅତି ନିବିଡ଼ ଅଟେ।ବୟ ବଢ଼ିଲ ବି, ଥାଏ ବାଚଳତା, ଦୂରତାରେ ଲୁଚିରହେ ନିକଟତା, ଅତୁଟ ସମ୍ପର୍କରେ ବନ୍ଧା ମୋନାଲିସା, ମିନାଖି, ମିନାଶ୍ରୀ, ରଞ୍ଜିତା, ବିଜେତା, ସାରିକା, କବିତା, ସୁଜାତା, ଅଞ୍ଜଳି, ରାଜଦୁଲାରିଙ୍କ ଅନ୍ୟାନ।

Leave a Reply

Your email address will not be published. Required fields are marked *

error: Content is protected !!