ବଲାଙ୍ଗିର:-23/11(ଜିଲ୍ଲା ଖବର): ବଲାଙ୍ଗିର ଜିଲା ବେଲପଡା ବ୍ଲକ ଗମ୍ଭାରୀ ପଞ୍ଚାୟତ ଗମ୍ଭାରୀ ଗାଁ ରେ ଚାଳିଥିବା ପ୍ରଥମ ଥର ଗମ୍ଭାରୀ-କପ କ୍ରିକେଟ ଟୁର୍ନାମେଣ୍ଟ-2025 ଅନୁଷ୍ଠିତ ହୋଇଯାଇଛି। ଫାଇନାଲ ମ୍ୟାଚରେ ମାଟିଖାଇ ଦଳକୁ ହରାଇ ଗୁରଜୀଭଟା କ୍ରିକେଟ ଦଳ ଚାମ୍ପିୟନ ହୋଇଛି। ରାଜକିଶୋର ସୁନା (ରାଜା),ଗୋକୁଳ ଧରୁଆ ଖେଳ ପରିଚାଳନା କରିଥିବା ବେଳେ

ରଞ୍ଜନ ହାତୀ ସ୍କୋରର ଭାବେ ଦାୟୀତ୍ୱ ନିର୍ବାହ କରିଥିଲେ । ମ୍ୟାନ ଅଫ ଦି ମ୍ୟାଚ ଭାବେ ଗୁରଜୀଭଟା ର ଗଙ୍ଗା ଏବଂ ବେଷ୍ଟ ବୋଲର ଭାବେ ମାଟିଖାଇର ସୁଶାନ୍ତ ହାସଲ କରିଥିଲେ। କମିଟିର ସଭାପତି ବିଦ୍ୟାଧର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ ୟୁଵା-ବିଜେପି ନେତା ତଥା ସମାଜସେବୀ- ଆଦର୍ଶ ପାଣିଗ୍ରାହୀ ମୁଖ୍ୟ ଅତିଥି ,ଅନୁରାଗ ପାଣିଗ୍ରାହୀ,ପ୍ରଶାନ୍ତ ଗଡତ୍ୟା, ସୁନୀଲ ପଧାନ

(ରାମ), ଦିନେଶ ପଧାନ, ପ୍ରମୁଖ ଅତିଥି ଭାବେ ଯୋଗଦେଇ ଚାମ୍ପିୟନ ଦଳକୁ ଟ୍ରଫି ସହ ନଗଦ 14,000/-(ଚଉଦ ହଜାର ଟଙ୍କା)ଏବଂ ରନରସ-ଅପ ଦଳକୁ ଟ୍ରଫି ସହ 10,000/-(ଦଶ ହଜାର ଟଙ୍କା )ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କମିଟିର ସଦସ୍ୟ ଆଶିଷ ଝାଙ୍କର, ସ୍ୱାଗତ ପଧାନ, ଅନିଲ ବରିହା, ସୁନୀଲ ବରିହା,ହେମନ୍ତ ସା, ଘନଶ୍ୟାମ ବାଗ, ସୁନୀଲ ଲୁହା,ସଲିମ ପଧାନ, ଶୁଭମ ଦଳେଇ, ସୋମ ଅଗ୍ରୱାଲ, ଗୌରବ ଦାସ,ସଂକେତ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ! ( ବଲାଙ୍ଗିର ଜିଲ୍ଲା ରୁ ଗଣେଶ ଦାସଙ୍କ ରିପୋର୍ଟ )

