ବେଲପଡା ମହାବିଦ୍ୟାଳୟ ରେ ଭୋଟର୍ସ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର :-19/11:-ଜିଲ୍ଲା ଖବର ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ପଞ୍ଚାୟତ ସମିତି ମହାବିଦ୍ୟାଳୟ ର (ଜାତୀୟ ସେବା ଯୋଜନା ପ୍ରୋଗ୍ରାମ ଅଫିସର) ରମାକାନ୍ତ ପୁଟେଲ ଙ୍କ ପରିଚାଳନାରେ ଭୋଟର୍ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ! ମହାବିଦ୍ୟାଳୟ ର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମେହେର ଏହି ସଭାରେ ସଭାପତିତ୍ୱ କରି ସମସ୍ତ ଯୁକ୍ତ ତିନି ଛାତ୍ର ଛାତ୍ରୀମାନଙ୍କୁ ଲୋକ ପ୍ରତିନିଧି ମନୋନୟନ କ୍ଷେତ୍ର ରେ ସଚେତନ ହେବାକୁ ଉପଦେଶ ଦେଇଥିଲେ !

ମୁଖ୍ୟ ବକ୍ତା ଭାବେ ଇତିହାସ ବିଭାଗ ର ବରିଷ୍ଠ ଅଧ୍ୟାପକ ସୁଦାମ ଚନ୍ଦ୍ର ମହାପାତ୍ର ଯୋଗ ଦେଇ ଭୋଟ ଅଧିକାର ଉପରେ ସୁନ୍ଦର ବକ୍ତବ୍ୟ ରଖିଥିଲେ ! ସମ୍ମାନିତ ବକ୍ତା ଭାବେ ଅଧ୍ୟାପକ ପ୍ରମୋଦ କୁମାର ବରିହା ଯୋଗ ଦେଇ ଥିବା ବେଳେ ଓଡ଼ିଆ ବିଭାଗ ମୁଖ୍ୟ ମନୋଜ କୁମାର ମହାଖୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ ! (ବଲାଙ୍ଗିର ଜିଲ୍ଲାରୁ ଗଣେଶ ଦାସଙ୍କ ରିପୋର୍ଟ….)

Leave a Reply

Your email address will not be published. Required fields are marked *

error: Content is protected !!