ନୂଆପଡା ତା:୦୩.୧୦. ଜିଲ୍ଲା ଖବର ଓମ ପ୍ରକାଶ ଚୌଧୁରୀ ନୂଆପଡ଼ା ଜିଲ୍ଲା ରେ ବନ୍ୟା ପରିସ୍ଥିତ, ପଲସଦା ବ୍ରିଜ ଉପରେ ବନ୍ୟା ଜଳ ପ୍ରବାହିତ, ବୋଡ଼େନ ଖଡିଆଳ ମୁଖ୍ୟ ସଡ଼କ ଯାତାୟତ ବନ୍ଦ,ଘଟଣା ସ୍ଥଳ ରେ ପ୍ରଶାସନ ପହଞ୍ଚି ଯାତାୟତ କୁ ବନ୍ଦ କରିଛନ୍ତି।

କାରଣ ବନ୍ୟାଜଳ ବ୍ୟାପକ ହେଲେ ଧନ ଜୀବନ ହାନି ହେବା ଆଶଙ୍କା ନେଇ ସମସ୍ତ କୁ ମନା କରାଯାଇଅଛି। ଘଟଣା ସ୍ଥଳୀ ଖଡିଆଳ ଏସଡିପିଓ ଉପେନ୍ଦ୍ର ପ୍ରଧାନ, ଖଡିଆଳ ଥାନା ଅଧିକାରୀ ଦିଲୀପ କୁମାର ସାହୁ , ବ୍ଲକ ପ୍ରଶାସନ ଉପସ୍ଥିତ ରହିଛନ୍ତି। ବନ୍ୟା ଜଳ ହ୍ରାସ ହେଲେ ଯାତାୟତ ସ୍ଵାଭାବିକ ହେବ ବୋଲି ପୋଲିସ ପକ୍ଷ ରୁ ସୂଚନା ଦେଇଛନ୍ତି।

