ସମସ୍ତ ମହିଳା ମାନଙ୍କ ପାଇଁ ସ୍ବାସ୍ଥ୍ୟ ଯାଞ୍ଚ୍ ଏବଂ ସ୍ବାସ୍ଥ୍ୟ ଶିବିର ଆୟୋଜନ।

ତୁରେକେଲା ୧୮/୦୯ ଜିଲ୍ଲା ଖବର (କୈଲାଶ ସଗ୍ରିଆ) ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଳକ୍ ହିଆଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖୁଟୁଲୁମୁଣ୍ଡା ଗାଁର ପ୍ରହରୀ ମଣ୍ଡପ ପରିସରରେ ସମସ୍ତ ମହିଳାଙ୍କ ପାଇଁ ସ୍ବାସ୍ଥ୍ୟ ଯାଞ୍ଚ୍ ଏବଂ ସ୍ବାସ୍ଥ୍ୟ ଶିବିର ଆୟୋଜନ ହୋଇଯାଇଛି। ଏହି ସ୍ବାସ୍ଥ୍ୟ ଶିବିର ଆୟୋଜନ ରେ ମହିଳାଙ୍କ ବିଭିନ୍ନ ପ୍ରକାରର ରୋଗ ବିଷୟରେ ବୁଝାଇ ଚିକିତ୍ସା କରାଯାଇଥିଲା। ଯାହାକି ଇ ଏନ୍ ଟି ,ଚକ୍ଷୁ, ରକ୍ତ ଚାପ, ମଧୁମେହ ଏବଂ ଦାନ୍ତ ପରୀକ୍ଷା।ମୁଖ-ଗହ୍ୱର,ସ୍ତନ ଗ୍ରୀବା କର୍କଟ, ସ୍ବାସ୍ଥ୍ୟ ପରୀକ୍ଷା, ଟୀକାକରଣ,ରକ୍ତ ହୀନତା,ସ୍ତର ଯାଞ୍ଚ୍,ଟେଲିମାନସ ସେବା, ଯକ୍ଷ୍ମା ପରିକ୍ଷା,ସିକଲ୍ ସେଲ୍,ଆନିମିଆ,ସ୍ବତନ୍ତ୍ର ପରାମର୍ଶ ଏହି ଭଳି ଅନେକ ରୋଗ ସମୁହ ଚିକିତ୍ସା କରାଯାଇଥିବା ଜଣାପଡିଛି। ଏହି ସ୍ବାସ୍ଥ୍ୟ ଶିବିର ଆୟୋଜନ ରେ ଏ ଏନ୍ ଏମ୍, ଅଙ୍ଗନବାଡ଼ି କର୍ମୀ,କଶା କର୍ମ ଚିକିତ୍ସିତ ମହିଳା ମାନେ ପ୍ରମୁଖ ଉପସ୍ଥିତ ହୋଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!