(କୈଳାଶ ସଗ୍ରିଆ ଙ୍କ ରିପୋର୍ଟ)ତୁରେକେଲା,୧୭/୦୯ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଳକ୍ ଢୋଲମାନ୍ଦଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାବଲ ଗାଁର ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା “ସ୍ବାସ୍ଥ୍ୟ ଉପ କେନ୍ଦ୍ର” ତିଆରି ହେବା ଆଜିକୁ ପ୍ରାୟ ଦଶ ବର୍ଷ ହେବ ଖତ ଖାଉଛି। ଏନେଇ ଜନସାଧାରଣ ଙ୍କ ଅଭିଯୋଗ ଜଣାଇଛନ୍ତି। ଏହି ଉପ କେନ୍ଦ୍ର ଟି ଚାଲୁ କରାଗଲେ ବର୍ତ୍ତମାନ ଏହି ଉପ କେନ୍ଦ୍ର ଚାଲୁ କରାଗଲେ ରୋଗୀମାନେ ଚିକିତ୍ସିତ ହୋଇ ମାଗଣାରେ ଔଷଧ ପାଇଁ ଉପସମ ହୋଇପାରନ୍ତି ବୋଲି ଯୁବକ ଗୋଷ୍ଠୀ ଓ ଗ୍ରାମର ଲୋକମାନେ ଦାବି କରିଛନ୍ତି।ଏହି ଉପ କେନ୍ଦ୍ର ବିଷୟରେ ସରକାର ଯଦିଓ କର୍ଣ୍ଣ ଗୋଚର କୁ ନିଆ ନ ଗଲେ ଆଗାମୀ ଦିନରେ ରାଜ ରାସ୍ତା ଆନ୍ଦୋଳନ ଜାରି ରଖିବୁ ବୋଲି ଚେତାବନୀ ଦେଇଥିବା ଜଣାପଡିଛି। ଏଥିପ୍ରତି ପ୍ରଶାସନ ଏକ ଦୃଷ୍ଟି ଗୋଚର କୁ ସ ନିଆଯାଉ।ହଏନେଇ ଗାଁ ର ଯୁବକ ବୃନ୍ଦ ଦୁର୍ଯୋଧନ ବୁଡେକ, ଅଭିରାମ ଧବଲ,ଗୋପିନାଥ ବନଗୋଲା, ପୂର୍ଣ୍ଣ ବନଗୋଲା,ମଙ୍ଗଳୁ ବନଗୋଲା, ଧନଞ୍ଜୟ ଧବଲ,ମନୋଜ୍ ବନଗୋଲା ଏବଂ ଗାଁ ଲୋକେ ଦାବି କରିଛନ୍ତି। ପ୍ରଶାସନ ଏଥିପ୍ରତି ଏକ ଦୃଷ୍ଟି ଗୋଚର କୁ ନିଆଯାଉ।
