ନୂଆପଡ଼ା ଜିଲ୍ଲା ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ଲାଲସହେବ ପଡ଼ା ଅଙ୍ଗନୱାଡ଼ି କେନ୍ଦ୍ର ସ୍ଥାପନ ନେଇ ଲେଆଉଟ, ଭୂମି ପୂଜନ

ନୂଆପଡା ୧୧.୦୯.ଜିଲ୍ଲା ଖବର ନୂଆପଡ଼ା ଜିଲ୍ଲା ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ଲାଲସହେବ ପଡ଼ା ଅଙ୍ଗନୱାଡ଼ି କେନ୍ଦ୍ର ସ୍ଥାପନ ନେଇ ଲେଆଉଟ, ଭୂମି ପୂଜନ ଉତ୍ସବ ଅନୁଷ୍ଠତ ହୋଇଯାଇଅଛି। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷ ରୁ ୧୨ ଲକ୍ଷ ଟଙ୍କା ଆର୍ଥିକ ସହଯୋଗରେ ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ ହେବ। ହାଲ, ରୋଷେଇ ଗୃହ, ମିଶନ ଶକ୍ତି ଗୃହ ଏବଂ ବାରଣ୍ଡା ନିର୍ମାଣ ହେବ ନେଇ ପ୍ଲାନ୍ ରହିଅଛି। ପ୍ରାଥମିକ ସ୍କୁଲ ନିର୍ମାଣ ହେଲେ ସହରାଞ୍ଚଳ ରେ ଶିକ୍ଷାର ବ୍ୟବସ୍ଥା ରେ ମଧ୍ୟ ସୁଧାର ଆସିବ।

ଏହି ଭୂମିପୂଜନ ଉତ୍ସବ ରେ ଏନ୍ ଏ ସି ଉପାଧ୍ୟକ୍ଷ ଶକୁନ୍ତଳା ରାଉତ, ନିର୍ବାହୀ ଅଧିକାରୀ ସ୍ବାଧୀନ କେତନ ମହାରଣା, ସହକାରୀ ଯନ୍ତ୍ରୀ ଅରୁଣ ପାତ୍ର, ୱାର୍ଡ ସଭ୍ୟ ସୁନିଲ କୁମାର ସାହୁ, ସାମ୍ବାଦିକ ତପନ ଦାଶ, ଜୟ ମାଁ ସମଲେଶ୍ବରୀ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା ମାନେ ଯୋଗ ଦେଇଥିଲେ। ଖଡିଆଳ ସହର ରେ ଅନେକ ଅଙ୍ଗନୱାଡ଼ି କେନ୍ଦ୍ର ଜମି ଚିହ୍ନଟ ରେ ବିଳମ୍ବ କାରଣ ରୁ ନିର୍ମାଣ କାର୍ଯ୍ୟ ବିଳମ୍ବ ହେଉଅଛି। ତୁରନ୍ତ ଜମି ପ୍ରଦାନ କଲେ ଅଙ୍ଗନୱାଡ଼ି କେନ୍ଦ୍ର ଶୀଘ୍ର ନିର୍ମାଣ ।ହେବ ବୋଲି ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!