ଅପରେସନ ପ୍ରହାର ଜରିଆ ରେ ଗଞ୍ଜେଇ ଚୋରା ଚାଲାଣ ବେଳେ ୬ ଜଣ ମହିଳାଙ୍କ ମିଶାଇ ୧୧ ଜଣଙ୍କୁ ଗିରଫ, ୫୧.୫ କିଲୋ ଗଞ୍ଜେଇ ଜବତ, ସୂଚନା ଦେଲେ ନୂଆପଡ଼ା ଏସପି

ନୂଆପଡା ତା:୧୧.୦୯.(ଜିଲ୍ଲା ଖବର ଓମ ପ୍ରକାଶ ଚୌଧୁରୀ) ଅଭିନବ ଢ଼ଙ୍ଗରେ ଚାଲାଣ ହେଉଥିଲା ଗଞ୍ଜେଇ। ମାଡି ବସିଲେ ନୂଆପଡ଼ା ପୋଲିସ lଅପରେସନ ପ୍ରହାର ଜରିଆ ରେ ଗଞ୍ଜେଇ ଚୋରା ଚାଲାଣ ରୋକିବା ପ୍ରୟାସ। ଦେହରେ ଗଞ୍ଜେଇ ଲୁଚାଇ କରୁଥିଲେ ଚାଲାଣ l ଓଡିଶା ପୋଲିସ ମହା ନିର୍ଦେଶକ ଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ଅପରେସନ ପ୍ରହାର କାର୍ଯ୍ୟ କରୁଛି। ନୂଆପଡ଼ା ଜିଲ୍ଲା ଏସ ପି ଙ୍କ ନିର୍ଦ୍ଧେଶ କ୍ରମେ ନୂଆପଡ଼ା ସହରର ନୂତନ ବସ୍‌ସ୍ଟାଣ୍ଡ୍‌ ନିକଟରେ ବିପୁଳ ମାତ୍ରାରେ ଗଞ୍ଜେଇ ଜବତ କରିଛି ପୋଲିସ l ଏହି ଚଢାଉ ରେ ୧୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ସେମାନଙ୍କ ମଧ୍ୟରୁ ୧୦ ଜଣ ମଧ୍ୟପ୍ରଦେଶର ଭୋପାଳ ଏବଂ ବିଦିଶା ଜିଲ୍ଲାର ହେଉଥିବାବେଳେ,୧ ଜଣ ନୂଆପଡ଼ା ଜିଲ୍ଲାର କୋମନା ଅଞ୍ଚଳର ବୋଲି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲେ ନୂଆପଡ଼ା ଆରକ୍ଷୀ ଅଧୀକ୍ଷକ ଅମ୍ରିତ ପାଲ ସିଂ । ଅଭିଯୁକ୍ତଙ୍କ ମଧ୍ୟରୁ ୬ ଜଣ ମହିଳା ମଧ୍ୟରେ ଅଭିଯୁକ୍ତ ଅଛନ୍ତି। ତାଙ୍କର ନିକଟରୁ ପ୍ରାୟ ୫୧.୫ କିଲୋଗ୍ରାମ୍ ଗଞ୍ଜେଇ ଏବଂ ଗୋଟିଏ ମୋବାଇଲ୍ ଫୋନ୍‌ ଜବତ ହୋଇଛି। ଦୁଇ ଗୋଟି ପୃଥକ ପୃଥକ ଭାବେ ମାମଲା ରୁଜୁ କରି ଗଞ୍ଜେଇ ରାକେଟ କୁ ଧରିଥିବା ନୂଆପଡ଼ା ଆରକ୍ଷୀ ଅଧୀକ୍ଷକ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି l

Leave a Reply

Your email address will not be published. Required fields are marked *

error: Content is protected !!