ନୂଆପଡାରେ କପା ଚାଷୀ ମାନଙ୍କ ପାଇଁ ପ୍ରଚାର ରଥର ଶୁଭାରମ୍ଭ କଲେ ଜିଲ୍ଲାପାଳ l

ନୂଆପଡା, ତା ୧୦/୦୯ ଜିଲ୍ଲା ଖବରନୂଆପଡା ଜିଲ୍ଲାର କପା ଚାଷୀ ମାନଙ୍କୁ ସଚେତନ କରିବା ପାଇଁ ନିୟନ୍ତ୍ରିତ ବଜାର କମିଟି ଖରୀଆରରୋଡଙ୍କ ସୌଜନ୍ୟରୁ ସଜ୍ଜିତ ଦୁଇଟି ପ୍ରଚାର ରଥ କୁ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶ ସବୁଜ ପତାକା ହଲାଇ ଯାତ୍ରାର ଶୁଭାରମ୍ଭ କରିଛନ୍ତି l ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟରୁ ଆରମ୍ଭ ହୋଇଥିବା ଏହି ଯାତ୍ରାରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଉପ ଜିଲ୍ଲାପାଳ ସୁର୍ମୀ ସୋରେନ୍, ସମବାୟ ଏବଂ କୃଷି ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ l ସୂଚନାଯୋଗ୍ୟଯେ ରାଜ୍ୟରେ କପା ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ଆରମ୍ଭ ହୋଇଯାଇଛି l ଏବର୍ଷ ଲମ୍ବ ଦୈର୍ଘ୍ୟ କପାର ସର୍ବନିନ୍ମ ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ୮୧୧୦ ଟଂକା ରହିଛି l ଜିଲ୍ଲାରେ ୧୯୭୫୦ ହେକ୍ଟର ରେ କପାଚାଷ ହୋଇଛି ଏବଂ ୧୯୭୦୦୦ କୁଇଣ୍ଟାଲ କପା ଅମଳ ଲକ୍ଷ ରହିଛି l କପା ବିକ୍ରି କରିବାକୁ ଇଚ୍ଛୁକ ଚାଷୀ ମାନେ ଗୁଗଲ ପ୍ଲେଷ୍ଟୋର ଏବଂ ଆପଲ ଆଇଓଏସ ଷ୍ଟୋର ରେ ଉପଲବଧ ମୋବାଇଲ ଆପ “କପାସ ମିଶନ” ମଧ୍ୟମରେ ନିଜକୁ ପଞ୍ଜୀକୃତ କରି ପାରିବେ।ପଞ୍ଜିକରଣ ଅବଧି ୦୧-୦୯ ରୁ ୩୦/୦୯ ପର୍ୟ୍ୟନ୍ତ ରହିବ। ଏହା ଅନୁସରଣ କରିବାକୁ ତିନୋଟି ସରଳ ପଦକ୍ଷେପ ଅଛି l ପ୍ରଥମରେ “କପାଶ କିଶାନ “ଆପ ଡାଉନ୍ ଲୋଡ କରିବେ। ଦ୍ଵିତୀୟରେ ଜମି ରେକର୍ଡ , ରାଜସ୍ୱ ନିରୀକ୍ଷକଙ୍କ ଦ୍ଵାରା ଯଥାର୍ଥ ପ୍ରମାଣିତ କପା ଫସଲର ରେକର୍ଡ, ଆଧାର କାର୍ଡ , ଫୋଟୋ ଭଳି କାଗଜ ପତ୍ର ପ୍ରସ୍ତୁତ କରିବେ। ତୃତୀୟରେ ଦିଆଯାଇଥିବା ସମୟ ମଧ୍ୟରେ “ଈ ପଞ୍ଜିକରଣ “ସମାପ୍ତ କରିବେ ।

ସମସ୍ତ କପା ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ ଏସ ପି) ଯୋଜନାରେ ଲାଭ ପାଇବା ପାଇଁ ଉପଯୁକ୍ତ ସମୟ ମଧ୍ୟରେ ପଞ୍ଜିକରଣ କରିବାକୁ ପ୍ରଚାର ରଥ ମଧ୍ୟମରେ ସୂଚନା ଦିଆ ଯାଉଛି ।ସବିଶେଷ ସୂଚନା ପାଇଁ ଚାଷୀ ମାନେ ନିୟନ୍ତ୍ରିତ ବଜାର କମିଟି , ଖରୀଆର ରୋଡ ସହ ମୋବାଇଲ ନମ୍ବର ୯୯୩୮୭୨୮୬୪୧ ଓ ୯୯୩୭୯୨୯୪୪୮ ଯୋଗାଯୋଗ କରି ପାରିବେ। ଭାରତୀୟ କପା ନିଗମ ଚାଷୀ ମାନଙ୍କ ଦ୍ଵାରା ଉତ୍ପାଦିତ ସମସ୍ତ କପା ଧାର୍ଯ୍ୟ ମୂଲ୍ୟରେ କିଣି ନେବା ପାଇଁ ପ୍ରସ୍ତୁତ l ଚାଷୀ ମାନେ ଉତ୍ସାହର ସହିତ କପା ଚାଷ କରନ୍ତୁ ଏବଂ କୌଣସି ଦଲାଲ ହାତରେ ନ ପଡ଼ିବା ପାଇଁ ଜିଲ୍ଲାପାଳ ଚାଷୀ ମାନଙ୍କୁ ସଚେତନ କରିଛନ୍ତି l

Leave a Reply

Your email address will not be published. Required fields are marked *

error: Content is protected !!