ତୁରେକେଲା,୧୦/୦୯ ଜିଲ୍ଲା ଖବର (କୈଲାଶ ସଗ୍ରିଆ) ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଗତ ବିଭିନ୍ନ ଅଞ୍ଚଳର ସି ଆର୍ ପି ମହିଳା ବୃନ୍ଦ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ କାର୍ଯ୍ୟାଳୟରେ ଦ୍ଵାରସ୍ଥ।ସି ଆର୍ ପି ମହିଳା ବୃନ୍ଦ ଙ୍କ ଚାରି ମାସ ଦରମା ମିଳି ନ ଥିବାରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣାନନ୍ଦ ପଟେଲ ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି।ଏହି ସି ଆର୍ ପି ମହିଳା ବୃନ୍ଦ କହିବା ମୁତାବକ ଆମ୍ଭେ କମ୍ୟୁନିଟି ସପୋର୍ଟ ନିଯୁକ୍ତି ଠାରୁ ଆମ୍ଭର ଦରମା ବାବଦକୁ ଆର୍ଥୀକ ରାଶି ଶୃଙ୍ଖଳିତରେ ଦରମା ହିସାବରେ ପାଇଆସୁଥିଲୁ। ଯାହାକି ସରକାରଙ୍କ ପତ୍ର ସ°ଖ୍ୟା ୨୦୬୭୦ ଅଟେ ୨୯/୦୩/୨୫ । ଜାନୁୟାରୀ ମାସ ଆମ୍ଭମାନଙ୍କର ପାରିଶ୍ରମିକ ବାବଦକୁ ଆର୍ଥୀକ ରାଶି ଶୃଙ୍ଖଳିତ ଭାବରେ ଦରମା ଦିଆଯିବା ପରିବର୍ତ୍ତେ ସମ୍ପାଦନ ପ୍ରବର୍ତ୍ତକ ହିସାବରେ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉଅଛି। ଉତ୍ସାହ ସମ୍ପାଦନ ହିସାବରେ ଆମ୍ଭମାନଙ୍କର ଦରମା ପ୍ରଦାନ କରାଗଲେ ଆମ୍ଭେମାନେ ପାଉଥିବା ମାସିକ ଦରମାରେ ସି ଏସ୍ ଏସ୍ ଙ୍କ ମଧ୍ୟ ରେ ତାରତମ୍ୟ ସୃଷ୍ଟି ହେବା ସହିତ ଅସମାନତା ଦେଖାଦେବା କାରଣ ଆମ ରାଜ୍ୟ ରେ ଥିବା ଛଅ ହଜାର ସାତ ଶହ ଚଉରା ନବେ ଗ୍ରାମପଞ୍ଚାୟତ ସମାଜ ସ°ଖ୍ୟକ ଗୋଷ୍ଠୀ ଏସ୍ ଏଚ୍ ଜି ଏବଂ ସି ଏଲ୍ ଏଫ୍ ନ ଥିବାରୁ ସି ଏସ୍ ଏସ୍ ଙ୍କର ପ୍ରାପ୍ୟ ସମାଜ ହେବନାହିଁ।ଅଧିକ ଏସ୍ ଏଚ୍ ଜି ଏବଂ ସି ଏଲ୍ ଏଫ୍ ଥିବା ଗ୍ରାମପଞ୍ଚାୟତ ସି ଏସ୍ ଏସ୍ ମାନେ ଅଧିକ ପ୍ରାପ୍ୟ ପାଇବାର ସୁଯୋଗ ଥିବାବେଳେ କମ ସ°ଖ୍ୟକ ଏସ୍ ଏଚ୍ ଜି ଓ ସି ଏଲ୍ ଏଫ୍ ଥିବା ଗ୍ରାମପଞ୍ଚାୟତ ରେ ସି ଏସ୍ ଏସ୍ ମାନେ କମ୍ ପ୍ରାପ୍ୟ ପାଇବାର ସୁଯୋଗ ସୃଷ୍ଟି ହେବ। ଯଦିଓ କୌଣସି ସି ଏସ୍ ଏସ୍ ଙ୍କର ଶାରୀରିକ ଅସୁସ୍ଥତା ପାଇଁ କିଛି ଦିନ କାର୍ଯ୍ୟ କରିନପାରିଲେ ତେବେ ସେ ପାଳନ ଅଭିନୟ ପ୍ରବର୍ତ୍ତକ ରେ ପ୍ରାପ୍ୟ ପାଇବେ ନାହିଁ ବୋଲି ଦାବି ପତ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦେଇଥିବା କହିଛନ୍ତି।ଏହା ସହ ବି ପି ଏମ୍ ଓ ଡି ପି ଏମ୍ ଙ୍କୁ ମଧ୍ୟ ଏହି ଦାବି ପତ୍ର ଅବିକଲ ନକଲ ପ୍ରଦାନ କରିଥିବା ସମସ୍ତ ସି ଆର୍ ପି ମହିଳା ବୃନ୍ଦ କହିଛନ୍ତି। ଏଥିପ୍ରତି ପ୍ରଶାସନ ଏକ ଦୃଷ୍ଟି ଗୋଚର କରା ନଗଲେ ଆଗାମୀ ଦିନରେ ଆମ୍ଭେ ସମସ୍ତ ସି ଆର୍ ପି ମହିଳା ବୃନ୍ଦ ଆନ୍ଦୋଳନ ଜାରି ରଖିବୁ ବୋଲି ଚେତାବନୀ ଦେଇଥିବା କହିଛନ୍ତି। ଆମ୍ଭେ ସମସ୍ତେ ସି ଆର୍ ପି ମହିଳା ବୃନ୍ଦ ପୂର୍ବରୁ ମଧ୍ୟ ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟରେ ଦ୍ଵାରସ୍ଥ ହୋଇ ଦାବିପତ୍ର ପ୍ରଦାନ କରିଥିବା କହିଛନ୍ତି।ଆଜି ଦୁଃଖଦ ସହିତ ତୁରେକେଲା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ନିବେଦନ ପୂର୍ବକ ଦାବି ପତ୍ର ଦେଇଥିବା ସମସ୍ତ ସି ଆର୍ ପି ମହିଳା ବୃନ୍ଦ କହିଛନ୍ତି। ଏଥିପ୍ରତି ପ୍ରଶାସନ ଏକ ଦୃଷ୍ଟି ଗୋଚର କୁ ନିଆଯାଉ।
