କଣ୍ଟାବାଞ୍ଜି,୦୭/୦୯ଜ ଜିଲ୍ଲା ଖବର (କୈଲାଶ ସଗ୍ରିଆ) ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସ୍ଥିତ ମଙ୍ଗଳ ଭବନ ଠାରେ ଜିଲ୍ଲା ବାଦ୍ ସ°ଗଠନ ଶ୍ରମିକ ଅଧିକାର ମଞ୍ଚ କଣ୍ଟାବାଞ୍ଜି ଙ୍କ ମିଳିତ ଆନୁକୁଲ୍ୟରେ ନୂଆଁ ଖାଇ ଭେଟ ଘାଟ ଅବସରରେ ଜଙ୍ଗଳ,ଜମି,ଜଳ ଏବଂ ଦାଦନ ଶ୍ରମିକ ଅଧିକାର ସମ୍ପର୍କିତ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ଟି ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ବିଷ୍ଣୁ ଶର୍ମା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସର୍ବ ପ୍ରଥମେ ଜିନ୍ଦାବାଦ ସ°ଗଠନ ର ସଭ୍ୟ ସଭ୍ୟା ମାନେ ଅତିଥି ଙ୍କୁ ସ୍ଵାଗତ କରିଥିଲେ ଏବଂ ସ°ଗଠନର ପତାକା ଉତ୍ତୋଳନ ପ୍ରଫେସର ବିଜୟ ବହିଦାର ଙ୍କ ଦ୍ଵାରା କରାଯାଇଥିଲା। ଏହି ଶୁଭ ସମ୍ମିଳନୀରେ ତ୍ରୀଲୋଚନ ପୁଞ୍ଜି ପ୍ରତିଷ୍ଠାତା ଜିନ୍ଦାବାଦ ସ°ଗଠନ ସ°ଜୋଯନା କରିଥିଲେ ଏବଂ ମୂଖ୍ୟ ଅତିଥି ଭାବରେ ପ୍ରଫେସର ବିଜୟ ବହିଦାର, ପୂର୍ବତନ ସଭାପତି ଗବେଷଣା ଚକ୍ର ଓ ସମ୍ମାନିତ ଅତିଥି ଭାବେ ଧରିତ୍ରୀ ଜିଲ୍ଲା ପ୍ରତିନିଧି ବିରେନ୍ଦ୍ର ଝାକର,ଏନ୍ ଏପି ଏମ୍ ର ଆବାହକ ଲାଲକୃଷ୍ଣ ଷାଣ୍ଡ, ସମାଜସେବୀ ଠାକୁର ଦାସ ମହାନନ୍ଦ, ଜିନ୍ଦାବାଦ ସ°ଗଠନର ସଭାପତି ଲୋଚନ ବରିହା

, ସହକାରୀ ଶ୍ରମ ଅଧିକାରୀ ଅଭୟ ମହାନନ୍ଦ, ଗଙ୍ଗାଧର ମାଝୀ, ଜୟନ୍ତୀ ମାଝୀ, ପ୍ରମୁଖ ଯୋଗଦେଇ ଆଲୋଚନାରେ ଅ°ଶଗ୍ରହଣ କରି ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।ଏହି ସମ୍ମିଳନୀରେ ଜଙ୍ଗଲ, ଜମି, ଜଳ,ଓ ଦାଦନ ଶ୍ରମିକର ବିଭିନ୍ନ ଅଧିକାର ଓ ଲୋକଙ୍କ ସମସ୍ୟା ବିଷୟରେ ଆଲୋଚନା କରାଯାଇଥିଲା ଏବଂ ଶ୍ରମ ଅଧିକାର ମଞ୍ଚର ନୂତନ କର୍ମକର୍ତ୍ତା ଙ୍କ ନିର୍ଦ୍ଧାରିତ କରାଯାଇଥିଲା। ଏହି ସମ୍ମିଳନୀରେ ଶୁକ୍ଳ ଶବର, ଖୀର ସିନ୍ଧୁ ମାଝୀ,ମିଲନ ପୁଞ୍ଜି , ଦୁର୍ଯୋଧନ ମାଝି, ପ୍ରମୁଖ ପରିଚାଳନା କରିଥିଲେ ଓ ପରିଶେଷରେ ଗଲାପ ନିଆଲ ସ°ମ୍ପାଦକ ଗାଁ ମୁକ୍ତି ସ°ଗଠନ ଅଶେଷ ଅଶେଷ ଧନ୍ୟବାଦ୍ ଅର୍ପଣ କରିଥିଲେ।ଏହି ସମ୍ମିଳନୀ ଖପ୍ରାଖୋଲ, ତୁରେକେଲା,ବଙ୍ଗୋମୁଣ୍ଡା,ମୁରିବାହାଲ ଆଦିବାସୀ ଦାଦନ ଶ୍ରମିକ ପୁରଷ ଓ ମହିଳା ପାଞ୍ଚଶହ ରୁ ତତୋଧିକ ପ୍ରମୂଖ ଯୋଗ ଦେଇଥିଲେ।
