ତୁରେକେଲା,୦୭/୦୯ ଜିଲ୍ଲା ଖବର (କୈଲାଶ ସଗ୍ରିଆ) ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ହିଆଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ୩୦୦ ବିଶିଷ୍ଟ ଅନ୍ୱେଷା ଛାତ୍ର ନିବାସରେ ଏକ ଝୁଲନ୍ତା ଶବ ଉଦ୍ଧାର କରିଛି କଣ୍ଟାବାଞ୍ଜି ପୋଲିସ୍। ମୃତ୍ୟୁଦାର ଏକ ଲାଇଅନ୍ସ୍ ପବ୍ଲିକ ସ୍କୁଲ ରେ ନବମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଜଣାପଡିଛି।ଏହି ଛାତ୍ର ଛାତ୍ରୀଙ୍କ ନାମ ଆଶିର୍ବାଦ ସେଠ୍ (୧୪)ପି:√ବିଘ୍ନରାଜ ସେଠ୍ ମାତା ପାର୍ବତୀ ସେଠ୍ ନିବାସୀ ବେଲପଡ଼ା ସ୍ଥିତ ତଲପଡାର ବୋଲି କୁହାଯାଏ। ଏନେଇ ୱଡେନ ସୁରେଶ ବେହେରା କଣ୍ଟାବାଞ୍ଜି ପୋଲିସ୍ ପ୍ରଶାସନ ଙ୍କୁ ଜଣାଇ ଥିବାରୁ ଏସ୍ ଡି ପି ଓ ଲକ୍ଷ୍ମୀ ନାରାୟଣ ମାରାଣ୍ଡି, ଅତିରିକ୍ତ ତହସିଲଦାର ସୋମ୍ୟରଞ୍ଜନ ରାଉତ୍, ଜିଲ୍ଲା ସରକାରୀ ମଙ୍ଗଳ ଅଧିକାରୀ ହିମାଂଶୁ ଶେଖର କୁମ୍ଭାର, କଣ୍ଟାବାଞ୍ଜି ଥାନା ଆଇଆଇସି ରଶ୍ମିତା ବେହେରା, ବଲାଙ୍ଗିର ସାଇଣ୍ଟିଫିକ୍ ବୃନ୍ଦ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ।ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ଝୁଲନ୍ତା ଶବ ଟିକୁ ଉଦ୍ଧାର କରାଯାଇଥିବା ଶବକୁ ଶବ ବ୍ୟବଚ୍ଛେଦ ପାଇଁ ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କଣ୍ଟାବାଞ୍ଜି କୁ ପଠାଗଲା। ଏନ ଏହି ଘଟଣାସ୍ଥଳରେ ହଷ୍ଟେଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ୱଡେନ୍ ବୃନ୍ଦ ଏବଂ ଶତ ସ°ଖ୍ୟାରେ ଜନସାଧାରଣ ଜମା ହୋଇଥିଲେ।ୱଡନ କହିବା ମୁତାବକ ଆଶିର୍ବାଦ ସେଠ୍ ଙ୍କ ଗୋଡ଼ରେ ଏକ ଫୋଟକା ବାହାରି ଥିବାରୁ ତା ସ୍ୱାସ୍ଥ୍ୟ ଠିକ୍ ନ ଥିବାରୁ ତାଙ୍କୁ ଗତ ଶୁକ୍ରବାର ଦିନ ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କଣ୍ଟାବାଞ୍ଜି କୁ ନେଇ ଚିକିତ୍ସା କରାଯାଇଥିଲା। ୱଡେନ୍ ସୁରେଶ ବେହେରା କ଼ହିବା ମୁତାବକ ଆଶିର୍ବାଦ ସେଠ୍ ଶନିବାର ଦିନ ତା ସ୍ୱାସ୍ଥ୍ୟ ଠିକ୍ ନ ଥିବାରୁ ସେ ସ୍କୁଲ ନ ଯାଇ ତା ସହିତ ପାଞ୍ଚ ଛଅ ଜଣ ପିଲା ସହିତ ଥିଲେ ହଷ୍ଟେଲରେ ଥିବା କେହିଛନ୍ତି। ବେହେରା କ଼ହିବା ମୁତାବକ ଆଶିର୍ବାଦ ଫୋନ୍ ମାଧ୍ୟମରେ ନିଜ ମାଁ ୧୧ ଘଣ୍ଟା ୨୭ ମିନିଟ୍ କଥୋପକଥନ କରିଥିଲା ଓ ପୁଣି ଫୋନ୍ ମାଗି ୧୧ ଘଣ୍ଟା ୩୭ ମିନିଟ୍ ନିଜ ମାଁ ଙ୍କ ସହିତ କଣ କଣ କଥୋପକଥନ ହୋଇଥିଲା। ଘଟଣାଟି ୧୧ ଘଣ୍ଟା ୪୦ ମିନିଟ୍ ରୁ ୧୨ ଘଣ୍ଟା ୨୦ ମିନିଟ୍ ମଧ୍ୟରେ କହିଛନ୍ତି।ଯେଉଁ ପିଲା ସ୍ବାସ୍ଥ୍ୟ ଭଲ ଲାଗୁ ନାହିଁ କହିଲେ ଫୋନ୍ ଦେଇ ଥାଉ ଓ ତଦନ୍ତ କରିଥାଉ ଯଦି ଅନ୍ୟ କାହା ସହ କଥା ହେଉଛି କି ବୋଲି କହିଥାନ୍ତି ।ଏଥିରେ ଯଦିଓ ୱଡେନ୍ କିଛି କହିନାହିଁ ତେବେ ଫୋନ୍ ମାଧ୍ୟମରେ ହୁଏ ତ ନିଜ ମାଁ ଙ୍କ ସହିତ କିଛି ଯୁକ୍ତି ତର୍କ ହୋଇଥାଇ ପାରେ ବୋଲି ଜନସାଧାରଣ ସନ୍ଦେହ ଏବଂ ସମ୍ପୂର୍ଣ୍ଣ ଭାବରେ ୱଡେନ୍ ମାନଙ୍କ ଅବହେଳା ଯୋଗୁଁ ଆଜି ଜଣେ ଛାତ୍ର ଛାତ୍ରୀଙ୍କ ଏହି ଭଳି ଘଟଣା ଘଟିଥିବା କହିଛନ୍ତି। ଏନେଇ ଏହି ଭଳି ଘଟଣା ଘଟିଥିବା ନେଇ ଏହି ଅଞ୍ଚଳରେ ଦୁଃଖଦ ଅନୁଭବ କରୁଥିବା କହିଛନ୍ତି। ଏଥିପ୍ରତି ପ୍ରଶାସନ ଏହି ଘଟଣା ପୁରାପୁରି ଭାବେ ତଦନ୍ତ କରି ଏହି ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ ମାନଙ୍କ ଖାଦ୍ୟ ପାନୀୟ ବସ୍ତ୍ର ବିଷୟରେ ମଧ୍ୟ ତଦନ୍ତ କରାଯାଉ ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି।
