ନୂଆପଡା ଜିଲ୍ଲାରେ ଜାତୀୟ କ୍ରୀଡା ଦିବସ ମହା ସମାରୋହ ରେ ପାଳିତ l

ନୂଆପଡା ,ତା ,୧/0୯/ଜିଲ୍ଲା ଖବର ଓମ ପ୍ରକାଶ ଚୌଧୁରୀ ନୂଆପଡା ଜିଲ୍ଲାରେ ଜାତୀୟ କ୍ରୀଡା ଦିବସ ମହାସମାରୋହ ପାଳନ କରାଯାଇଛି। ୨୮ ତା ରିଖ ଦିନ ୭ ଘଣ୍ଟା ସମୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଇନ୍ ଡୋର୍ ଷ୍ଟାଡିୟମ ଠାରେ ଶତାଧିକ କ୍ରୀଡ଼ାବିତ, ବୁଦ୍ଧିଜୀବୀ, କ୍ରୀଡା ସଂଗଠନ ଉପସ୍ଥିତିରେ ପ୍ରଖ୍ୟାତ ହକି ତାରକା ତଥା ହକି ଖେଳର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଫୋଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ସମ୍ମାନ ପ୍ରଦର୍ଶନ କରାଯାଇଥିଲା। ଏହି ତିନି ଦିବସୀୟ ଉତ୍ସବ ଉପଲକ୍ଷେ ବିଭିନ୍ନ ପ୍ରକାରର କ୍ରୀଡା ଆୟୋଜନ ସହିତ ବହୁବିଧ କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା କ୍ରୀଡା କାର୍ଯ୍ୟାଳୟ ପ୍ରସ୍ତୁତ କରିଥିଲେ l

ନୂଆପଡା ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ଉଦ୍ଘାଟନ ସମାରୋହରେ ସୁବାଷ ଚନ୍ଦ୍ର ରଇତ, ଅତିରିକ୍ତ ଜିଲ୍ଲାପାଳ ମୁଖ୍ୟ ଅତିଥି, ବିଶିଷ୍ଟ କ୍ରୀଡ଼ାବିତ ଓ କ୍ରୀଡା ସଂଗଠକ ସରୋଜ କୁମାର ସାହୁ, ପ୍ରକାଶ କୁମାର ସାହୁ, ଅମିତ ଗୋହିଲ ଆଦି ସମ୍ମାନିତ ଅଥିତି ଭାବରେ ଯୋଗଦେଇଥିଲେ। ଆୟୋଜକ ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ ଓ ଅତିଥି ମାନେ ଦିବସର ଆଭିମୂଖ୍ୟ ଓ କ୍ରୀଡାର ବିକାଶ ଉପରେ ପଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ l ସର୍ବପ୍ରଥମେ କନିଷ୍ଠ ବର୍ଗରେ ଏକ ବ୍ୟାଡ୍ ମିଣ୍ଟନ ମେଚ ଅନୁଷ୍ଠିତ ହୋଇଥିଲା l ଉକ୍ତ ପ୍ରତିଯୋଗିତାରେ ଅମିତ କୁମାର ସାହୁ ଓ ମୋହିତ ଜୈନ ଚମ୍ପିୟାନ ହୋଇଥିବା ବେଳେ ତୁଷାର ନିଆଲ ଓ ରୁଦ୍ର ପ୍ରସାଦ ସାହୁ ରନର୍ସ ଅପ ହୋଇଥିଲେ l ସେହିପରି SHG ଗ୍ରୁପ ମହିଳା ମାନଙ୍କ ମଧ୍ୟରେ ଏକ ମ୍ୟୁଜିକଲ୍ ଚେୟାର ପ୍ରତିଯୋଗିତା ସ୍ଥାନୀୟ ପୋଲିସ ପଡିଆ ସ୍ଥିତ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ହୋଇଥିଲା।୫୨ ଜଣ ମହିଳା ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ l ଶ୍ରୀମତୀ ଯାଜ୍ଞସେନି ମହାପାତ୍ର ପ୍ରଥମ ,ଶ୍ରୀମତୀ ଚୁମା ପଟେଲ ଦ୍ୱତୀୟ ଓ ଶ୍ରୀମତୀ ସୁମତି ପାଢ଼ୀ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହେଇଥିବା ମ୍ୟୁଜିକାଲ ଚେୟାର ଖେଳରେ ରାଣୀ ଦଣ୍ଡସେନା ପ୍ରଥମ, ଚୁନେରୀ ସାହୁ ଦ୍ଵିତୀୟ ଓ ଝରଣା ରାଉତ ତୃତୀୟ ସ୍ଥାନ ଅଧିକାର କରିଥିଲେ l ଅପରାହ୍ନ କ୍ରୀଡ଼ା କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ରୂପେ ନୂଆପଡା ଉପଜିଲ୍ଲାପାଳ ଶ୍ରୀମତୀ ସୁର୍ମି ସୋରେନ

ଯୋଗଦେଇ କୃତି ଖେଳାଳି ମାନଙ୍କୁ ସାର୍ଟିଫିକେଟ ଓ ଟ୍ରଫି ଦେଇ ପୁରସ୍କୃତ କରିଥିଲେ। l ସନ୍ଧ୍ୟାରେ ଆୟୋଜିତ ହୋଇଥିବା ଡବଲ ବ୍ୟାଡ଼ ମିଣ୍ଟନ ପ୍ରତିଯୋଗିତାରେ ପ୍ରକାଶ କୁମାର ସାହୁ ଓ ଅମିତ ଗୋହିଲ ଚମ୍ପିୟାନ ହୋଇଥିବା ବେଳେ ବିଦେଶୀ ଘୋଷ ଓ ରୋହନ ପାଢ଼ିଙ୍କ ଯୋଡି ରନର୍ସ ଅପ ହୋଇଥିଲେ।ଟେବୁଲ ଟେନିସ ଏକକ ପ୍ରତିଯୋଗିତାରେ ରାଜେନ୍ଦ୍ର ପ୍ରସାଦ ବଢ଼େଇ ଚମ୍ପିଆନ ଓ ଶ୍ରୀ ବିଦେଶ ଘୋଷ ରାନର୍ସ ଅପ ହେଇଥିଲେ। ସେହିପରି ୨୮ ତାରିଖ ଦିନ ଖରିଆର ଠାରେ କ୍ରୀଡା ଦିବସ ଅବସରରେ ବକୃତା, ସଟପୁଟ ଓ ଚିତ୍ରାଙ୍କନ ପ୍ରତିଯୋଗିତା ସ୍କୁଲ ଛାତ୍ର ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ରତନ ସିଂ ବାରିକ ଆଇପି ଆୟୋଜନ କରିଥିଲେ l ୩୧ ତାରିଖ ସକାଳ ୮ ଘଣ୍ଟା ସମୟରେ ନୂଆପଡାରେ ଏକ ବିଶାଳ ସାଇକେଲ ରେଲି ଆୟୋଜିତ ହେଇଥିଲା l ଦିବା ୧୧ ଘଣ୍ଟା ସମୟରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କ୍ରୀଡା ସମ୍ବନ୍ଧୀୟ କୁଇଜ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା lସନ୍ଧ୍ୟା ୬ ଘଣ୍ଟା ସମୟରେ ନୂଆପଡା ଏବଂ ଖରିଆର ରୋଡ ସ୍ଥିତ ଇଣ୍ଡୋର ଷ୍ଟାଡିୟମ ରେ ଖେଳାଳି ମାନଙ୍କ ମଧ୍ୟରେ ବ୍ୟାଡ଼ମୀଣ୍ଟନ ପ୍ରତିଯୋଗିତା ଆୟୋଜିତ ହୋଇଥଲା l ସେହିପରି ଖରିଆର ଇଣ୍ଡୋର ଷ୍ଟାଡିୟମରେ ଜିଲ୍ଲା ବ୍ୟାଡ଼ମୀଣ୍ଟନ ଆସୋସିଏସନ ତରଫରୁ କ୍ରୀଡାର ବିକାଶ ଓ କ୍ରୀଡାର ଉପାଦେୟତା ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢ଼ାଇ ସୂଚାରୁ ରୂପେ ସମ୍ପାଦନ କରିଥିଲେ l

Leave a Reply

Your email address will not be published. Required fields are marked *

error: Content is protected !!