ନୂଆପଡା ତା:୩୦.୦୮. (ଜିଲ୍ଲା ଖବର )(ଓମ ପ୍ରକାଶ ଚୌଧୁରୀ )ନୂଆପଡ଼ା ଜିଲ୍ଲା କୋମନା ଥାନା ଦେଓଦରା ଗାଁ ରୁ ଦେଶୀ ବନ୍ଧୁକ ସହ ଦୁଇ ଧନୁତିର ଜବତ ହୋଇଥିବା ବେଳେ ଜଣେ ଗିରଫ କରି କୋର୍ଟ ଚାଲାଣ। କୋମନା ପୋଲିସ ଠାରୁ ମିଳିଥିବା ସୁଚନା ଅନୁସାରେ ଗତ ରାତିରେ ଦେଓଦରା ଗାଁ ରେ ଗଣେଶ ପୂଜା ଉପଲକ୍ଷେ ସଂକୃତିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ବୋଡେ଼ନ ଥାନା ଅଧିନସ୍ଥ ଭୂଇପାଣି ଗାଁର ନରେଶ ପହଁରିଆ ୬୫ ଦେଓଦର ଗାଁ କୁ ଅସି ଗାଁର ମଦନ ମୋହନ ଦୀପ କୁ ଜୀବନରେ ମାରିଦେବାକୁ ଧମକ ଦେଇ ଗାଳି ଗୁରଜ କରୁଥିଲା। ଗ୍ରାମବାସୀ ଭୟଭୀତ ହୋଇଥିଲେ। କୋମନା ପୋଲିସ କୁ ଖବର ଦେଇଥିଲେ l କୋମନା ଥାନା ଏସ ଆଇ କୁଳମଣି ଗୁର୍ଦା ସହ ପୋଲିସ ଟିମ ଦେଓଦରା ଗାଁ ରେ ପହଂଚି ନରେଶ ପହଁରିଆ କୁ ଧରିବା ସହ ଅଭିଯୁକ୍ତ ଙ୍କ ଠାରୁ ଦେଶୀ ବନ୍ଧୁକ ସହ ଦୁଇ ଧନୁତିର ଜବତ କରି ଅଭିଯୁକ୍ତ କୁ କୋଟ ଚାଲାଣ କରିଥିବା ଏସ ଆଇ ଶ୍ରୀ ଗୁର୍ଦା ସୁଚନା ଦେଇଥିଲେ।

