ତୁରେକେଲା,୨୨/୦୮ ଜିଲ୍ଲା ଖବର (କୈଲାଶ ସଗ୍ରିଆ) ବର୍ତ୍ତମାନ ଯୁଗରେ ସରକାର ଛାତ୍ର ଛାତ୍ରୀଙ୍କ ଶିକ୍ଷା ର ବିକାଶ ନିମନ୍ତେ ବିଭିନ୍ନ ଗ୍ରାମୀଣ ଓ ସହରାଞ୍ଚଳ ରେ ଅନେକ ଶିକ୍ଷାନୁଷ୍ଠାନ ଚଳାଇଛନ୍ତି ଯାହାକି ଆଗାମୀ ଦିନରେ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜ୍ୱଳ କରାଯିବା ଆଶାରେ। ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ଛାତ୍ର ଛାତ୍ରୀଙ୍କୁ ଖାଦ୍ୟ ପାନୀୟ ,ବସ୍ତ୍ର ଅର୍ଥ ପୁସ୍ତକ ସବୁ ଯୋଗାଇ ଦିଆଯାଉଛି। ବର୍ତ୍ତମାନ ଏଭଳି ଏକ ଅଭିଯୋଗ ଯେ,ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ହିଆଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ କର୍ଲାବାହାଲି ଗାଁ ଏକ ହରିଜନ ସଂପ୍ରଦାୟ ଓ ଆଦିବାସୀ ସମ୍ପ୍ରଦାୟ ଗ୍ରାମ ଅଟେ।ଏହି ଗାର ସରକାରୀ ପ୍ରାଥମିକ ବିଦ୍ୟାଳୟ ୧୯୭୨ ମସିହାରେ ସ୍ଥାପିତ ହୋଇଥିଲା। ବର୍ତ୍ତମାନ ଛାତ୍ର ଛାତ୍ରୀଙ୍କ ବିଷୟରେ କହିବାକୁ ଗଲେ ପ୍ରାୟ ୧୪୦ ସ°ଖ୍ୟା ରୁ ତତୋଧିକ ଛାତ୍ର ଛାତ୍ରୀମାନେ ଅଧ୍ୟୟନ କରୁଥିବା ଜଣାପଡିଛି। ତେବେ ଆଉ ଦୁଇଟି କଠୋରୀ ନିହାତି ଭାବେ ତିଆରି କରାଯାଉ ଏବଂ ଛାତ୍ର ଛାତ୍ରୀଙ୍କ ସୁରକ୍ଷା ନିମନ୍ତେ ବାଉଣ୍ଡ୍ରୀ ର ସୁବିଧା କରିଦିଆ ଯାଉ ବୋଲି ଗ୍ରାମବାସୀଙ୍କ ସମ୍ମେତ ପ୍ରଧାନ ଶିକ୍ଷକ ଓ ନିଜ ଶିକ୍ଷକ ବୃନ୍ଦ ଅଭିଯୋଗ ଜଣାଇଛନ୍ତି। ଏନେଇ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ଲକ୍ଷ୍ମଣ ବାଗ ଙ୍କୁ ଲିଖିତ ଆକାରରେ ଜଣାଇଥିବା ଗାଲୋକେ ଓ କର୍ଲାବାହାଲି ସରକାରୀ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ଶିକ୍ଷକ ଶିକ୍ଷୟିତ୍ରୀ ଅଭିଯୋଗ ଜଣାଇଛନ୍ତି।ଏହା ସହ ବାଉଣ୍ଡ୍ରୀ ନ ଥିବାରୁ ଛାତ୍ର ଛାତ୍ରୀମାନେ ଅସୁରକ୍ଷିତ ଭାବେ ରହୁଛନ୍ତି ମଧ୍ୟ କହିଥାନ୍ତି। ଏଥିପ୍ରତି ପ୍ରଶାସନ ତୁରନ୍ତ ଏହାର ସୁବିଚାର କରି ବିଦ୍ୟାଳୟ ର ଦୁଇଟି କଠୋରୀ ଓ ବାଉଣ୍ଡ୍ରୀ କରାଯିବା ନିମନ୍ତେ ଏକ ଦୃଷ୍ଟି ଗୋଚର କରାଯାଉ।
