ନୂଆପଡାର ଅତିରିକ୍ତ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଯୋଗାଯୋଗ ଅଧିକାରୀ (ADPHCO) କିଶୋର ଚନ୍ଦ୍ର ପଟେଲଙ୍କ ଅବସର ଗ୍ରହଣ l

ନୂଆପଡ଼ା, ତା ୩୧/୦୭/ଜିଲ୍ଲା ଖବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ନୂଆପଡାର ଅତିରିକ୍ତ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଯୋଗାଯୋଗ ଅଧିକାରୀ (ADPHCO) କିଶୋର ଚନ୍ଦ୍ର ପଟେଲ ତାଙ୍କ ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି l ଏହି ଅବସରକାଳୀନ ପର୍ବରେ ଗୋଟିଏ ବିଦାୟକାଳୀନ ସଭା ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଥିଲା l ଏହି ସଭାରେ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଉମାକାନ୍ତ ମେହେର, ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ (ଭେକ୍ଟର ବାହିତ ରୋଗ) ଡାକ୍ତର ଗୁରୁ ପ୍ରସାଦ ଜେନା, ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ଡାକ୍ତର ମଂଜୁରାଣୀ ସିଂହ, ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ବିଦ୍ୟାଧର ନାଗ, ଜିଲ୍ଲା ପ୍ରକଳ୍ପ ପରିଚାଳକ ସତ୍ୟ ନାରାୟଣ ତ୍ରିପାଠୀ, ଜିଲ୍ଲା ଅର୍ଥ ପରିଚାଳକ ଅରବିନ୍ଦ ନାୟକ, ସଂକ୍ରlମକ ରୋଗ ବିଶେଷଜ୍ଞ ଡାକ୍ତର ଜଗତବଂଧୁ ମହାପାତ୍ର, ପରିସଂଖ୍ୟନବିତ ମୀନ କେତନ ମାଝୀ, ଅଣ ସଂକ୍ରlମକ ରୋଗ ସହାୟକ ଶରତ କୁମାର ବେଜ ତଥା ମୁଖ୍ୟ ଚିକିତ୍ସାଳୟର ସମସ୍ତ ବିଭାଗର କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ l ଏହି ସଭାରେ ତାଙ୍କର ସରଳ ଓ ଅମାୟିକ ପ୍ରକୃତି, ମେଳାପୀ ବ୍ୟବହାର ଏବଂ ନିଜର କର୍ମ ପ୍ରତି ଥିବା ନିଷ୍ଠା ଓ ଅନୁରକ୍ତିକୁ ସମସ୍ତେ ଭୁୟସୀ ପ୍ରଶଂସା କରିଥିଲେ l ତାଙ୍କୁ ଔପଢ଼ୋକନ ଓ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା l ଅବସରର ଶେଷ ଦିନରେ ମଧ୍ୟ ସେ ଅତି କର୍ମଯୋଗୀ ଭାବରେ ସବୁ କାମ କରିଥିଲେ l ସମସ୍ତ କର୍ମଚାରୀ ତାଙ୍କର ସୁସ୍ଥ, ନିରୋଗ ଓ ଦୀର୍ଘ ଜୀବନ କାମନା କରିଥିଲେ l ଅବସରକାଳୀନ ସଭା ପରେ ଗୋଟିଏ ସଂକୀର୍ତ୍ତନ ଦଳ ତାଙ୍କ ସହିତ ସଂକୀର୍ତ୍ତନ କରି ଜିଲ୍ଲା ମୁଖ୍ୟଚିକିତ୍ସାଳୟଠାରୁ ନ୍ୟାସନାଲ ହାଇସ୍କୁଲ ପର୍ଯ୍ୟନ୍ତ ଯାଇ ବିଦାୟ ଦେଇଥିଲେ l

ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଜିଲ୍ଲା ଖବର

Leave a Reply

Your email address will not be published. Required fields are marked *

error: Content is protected !!