ପାଟଣାଗଡ଼ରେ ସଟ୍ଟା ଆଡ୍ଡା ଉପରେ ଚଢ଼ାଉ..!!! 5 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ*

ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନ ରେ ପୁଲିସ ଚଢ଼ାଉ କରି ବେଆଇନ ଭାବେ ଅନ୍ ଲାଇନରେ ସଟ୍ଟା ଖେଳାଉଥିବା ୫ ଜଣ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି ପାଟଣାଗଡ ପୁଲିସ । ପାଟଣାଗଡ ପୁଲିସର ସୂଚନାନୁଯାୟୀ ଗିରଫ ଅଭିଯୁକ୍ତମାନେ ହେଲେ କେନ୍ଦୁମୁଣ୍ଡି ଗାଁର ଭୋଲାସାଗର ନାଗ, ବ୍ରହ୍ମପୁରାର ବାସୁଦେବ କୁଦେଇ , ବାବାଜୀ ପଡା ର ହାଡୁ ହୋତା,ବଡପଡାର ଗିରିଜା ପ୍ରସାଦ ନାଗ ଓ ରାମପୁରର ବାସୁଦେବ ହେର୍ଣ୍ଣା। ଏଥି ସହ ସେମାନଙ୍କ ଠାରୁ ପୁଲିସ ନଗଦ ୧୪ ହଜାର ୧ ଶହ ଟଙ୍କା, 2 ଟି ମୋବାଇଲ,ସଟ୍ଟା ଚାର୍ଟ ସହିତ ବିଭିନ୍ନ ପ୍ରକାର ସାମଗ୍ରୀ ଜବତ କରିଛି। ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜୀ ଙ୍କ ନିର୍ଦ୍ଦେଶ କ୍ରମେ ‌ଏସଡିପିଓ ସଦାନନ୍ଦ ପୂଝାରୀ ଙ୍କ ତତ୍ତ୍ୱାବଧାନରେ ଥାନା ଅଧିକାରୀ ହରିବନ୍ଧୁ ଗଡତ୍ୟା ଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରାଯାଇଥିଲା।

ଉକ୍ତ ଟିମ୍ ଶୁକ୍ରବାର ପାଟଣାଗଡ଼ ଥାନା ଅଞ୍ଚଳରେ ବେଆଇନ ଭାବେ ଚାଳିଥିବା ବିଭିନ୍ନ ଅନ୍ ଲାଇନରେ ସଟ୍ଟା ଆଡ୍ଡା ଗୁଡ଼ିକ ଉପରେ ଚଢାଉ କରିଥିଲା। ଚଢ଼ାଉ ସମୟରେ ସଟ୍ଟା ଖେଳାଉଥିବା ୫ ଜଣ ଅଭିଯୁକ୍ତ କୁ ପୁଲିସ ଗିରଫ କରି ଥାନା କୁ ଆଣିଥିଲା । ପରେ ଏନେଇ ସେମାନଙ୍କ ନାମରେ ୫ ଟି ପୃଥକ ପୃଥକ ମାମଲା ରୁଜ୍ଜୁ କରି ସନ୍ଧ୍ୟା ସମୟରେ କୋର୍ଟ ଚାଲାଣ କରିଥିଲା। କୋର୍ଟ ରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ଶ୍ରୀ ଗଡତ୍ୟା ସୂଚନା ଦେଇଛନ୍ତି।

(ବଲାଙ୍ଗିର ଜିଲ୍ଲା ରୁ ଗଣେଶ ଦାସଙ୍କ ରିପୋର୍ଟ )

Leave a Reply

Your email address will not be published. Required fields are marked *

error: Content is protected !!