ବାୟୁ ସ୍ବାସ୍ଥ୍ୟ ସେବା ନୂଆପଡ଼ା ଜିଲ୍ଲା ରେ ଆରମ୍ଭ, ୪ ଦିନ ବ୍ୟାପୀ ସୁପର ବିଶେଷଜ୍ଞ ଦଳ ଦ୍ବାରା ଚିକିତ୍ସିତ ହେବେ ଜିଲ୍ଲାବାସୀ

ନୂଆପଡା ତା:୨୧.୦୭.(ଜିଲ୍ଲା ଖବର )ନୂଆପଡ଼ା ଜିଲ୍ଲା କୁ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ନୂଆପଡ଼ା ଜିଲ୍ଲା ରେ ଆରମ୍ଭ, ୪ ଦିନ ବ୍ୟାପୀ ସୁପର ବିଶେଷଜ୍ଞ ଦଳ ଦ୍ବାରା ଚିକିତ୍ସିତ ହେବେ ଜିଲ୍ଲାବାସୀ। ୬ ଜଣ ଡାକ୍ତରୀ ଦଳ ଆଜି ସକାଳ ୧୦ ଘଣ୍ଟା ସମୟର ଗୌତମା ଏୟାର ଷ୍ଟ୍ରିପ ରେ ପହଞ୍ଚି ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସିଥିଲେ। ଏୟାର ଷ୍ଟ୍ରିପ ରେ ଡ଼.ଲଳିତ କୁମାର ବିଶି ଡାକ୍ତରୀ ଦଳକୁ ଭବ୍ୟ ସ୍ଵାଗତ କରିଥିବା ବେଳେ ୬ ଜଣିଆ ସୁପର ବିଶେଷଜ୍ଞ ଦଳ ପହଞ୍ଚି ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି। ଏହି ଶିବିର ଦୀର୍ଘ ୫ ଦିନ ଧରି ଚାଲିବ। ସକାଳ ସ୍ବତନ୍ତ୍ର ବିମାନ ରେ ଆସି ଚିକିତ୍ସା କରି ପ୍ରତ୍ୟାବର୍ତ୍ତନ କରିବେ। ଆଜି ଡାକ୍ତରୀ ଦଳରେ ଏଣ୍ଡ୍ରୋ କ୍ରିନୋଲୋଜି ଡ଼. ଭବାନୀ ଶଙ୍କର ଧଲ, ନେଫ୍ରୋଲୋଜି ଡ଼ ଲିଙ୍କନ ପଟେଲ, ଗେଷ୍ଟ୍ରୋଲୋଜିକ ସନନ୍ଦ କୁମାର ସେଠ, ନିୟୁରୋଲୋଜିକ ସୋନାଲିକା ବେହେରା, କର୍ଡିଓଲୋଜିକ ପଙ୍କଜ କୁମାର ମର୍ଭିକ ଯୋଗ ଦେଇ ଥିଲେ। ଆସନ୍ତା ୪ ଦିନ ମଧ୍ୟ ଏହି ବିଶେଷଜ୍ଞ ଦଳ ସ୍ୱତନ୍ତ୍ର ପ୍ଲେନ ରେ ଆସି ଏକ ଘଣ୍ଟା କାଳ ଚିକିତ୍ସା ପରେ ପ୍ରତ୍ୟାବର୍ତ୍ତନ କରିବେ। ମାଗଣା ରେ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ନୂଆପଡ଼ା ଭଳି ଉପାନ୍ତ ଜିଲ୍ଲା ରେ ମିଳୁଥିବା ନେଇ ଜିଲ୍ଲାବାସୀ ବେଶ ଆନନ୍ଦିତ ରହିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!