୭ ମାସ ବିତିଲା, ଧାନ ମଣ୍ଡି ଶ୍ରମିକ ଙ୍କୁ ମିଲିନି ପାରିଶ୍ରମିକ।ଅଭିଯୋଗ କଲେ ଶୁଣୁନୀ ପ୍ରଶାସନ, ଚିନ୍ତା ରେ ଦିନ ଗଣୁଛନ୍ତି ଶ୍ରମିକ।

ନୂଆପଡା ୨୧.୭. (ଜିଲ୍ଲା ଖବର ଜଗନ୍ନାଥ. ସାଗର) ନୂଆପଡ଼ା ଜିଲ୍ଲା କୁ ସମ୍ପୂର୍ଣ୍ଣ ଭାବରେ ପ୍ରବାସୀ ଶ୍ରମିକ ମୁକ୍ତ କରାଯିବାକୁ ପ୍ରଶାସନ ତଥା ସରକାର ଙ୍କ ମନ୍ତ୍ରୀ ନୂଆପଡ଼ା ଜିଲ୍ଲା ଗସ୍ତ ରେ ଆସି ନିଜର ଅଭିଭାଷଣ ରେ ସ୍ପଷ୍ଟ କରିଥିଲେ। ହେଲେ ମାସ ମାସ ଧରି ଶ୍ରମିକ ପାରିଶ୍ରମିକ ନ ପାଇ ଚିନ୍ତାରେ ରହୁଥିବା ବେଳେ କିଭଳି ପ୍ରବାସୀ ଶ୍ରମିକ ମୁକ୍ତ ଜିଲ୍ଲା ଗଠନ ହେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଅଭିଯୋଗ ରୁ ପ୍ରକାଶ ଯେ, ସିନାପାଲି ବ୍ଲକ ର ବ୍ରାହ୍ମଣୀଗୁଡା ଧାନ ମଣ୍ଡି ପରିଚାଳନା ଓ ଧାନ କ୍ରୟ କରିବା ପାଇଁ ସ୍ଥାନୀୟ ମା ବୈଷ୍ନଦେବୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କୁ ପ୍ରଶାସନ ଦାୟିତ୍ୱ ଦେଇଥିଲା।

ଏହି ଧାନ ମଣ୍ଡି ରେ ଶ୍ରମିକ ଭାବରେ ବ୍ରାହ୍ମଣୀଗୁଡା ଗ୍ରାମର ୮ ଜଣ ଶ୍ରମିକ ଧାନ ଓଜନ କରିବା ସହ ଟ୍ରକ ରେ ଲୋଡ୍ କରିବା କାର୍ଯ୍ୟରେ ନିୟୋଜିତ ରହିଥିଲେ। ଏମାନେ ବଂଶଲ ରାଇସ ମିଲ, ଏମବିବି , ଗୌର ତୁଳସୀ, ଗାୟତ୍ରୀ ରାଇସ ମିଲର୍ସ କୁ ଧାନ ଓଜନ ଓ ବୋହିବା କାର୍ଯ୍ୟ କରିଥିଲେ। ହେଲେ ଏହି ପାରିଶ୍ରମିକ ୩ ମାସ ପରେ ଦେବାକୁ ସଂପୃକ୍ତ ସ୍ଵଂୟ ସହାୟକ ଗୋଷ୍ଠୀ ଦେବାକୁ କହିଥିଲେ। ହେଲେ ଦୀର୍ଘ ୭ ମାସ ବିତିଲା ପରେ ମଧ୍ୟ ଶ୍ରମିକ ପାଉଣା ପାଇବାରୁ ବଞ୍ଚିତ ରହିଛନ୍ତି।ବାରମ୍ବାର କହିବା ସତ୍ୱେ କର୍ଣ୍ଣପାତ କରିନଥିବା ରୁ ଶେଷ ରେ ଗତ ୯ ତାରିଖ ଦିନ ସିନାପାଲି ବିଡ଼ିଓ କାର୍ମୀ ଓରାମ ଙ୍କୁ ଲିଖିତ ଅଭିଯୋଗ କରିଥିଲେ। ହେଲେ ଅଦ୍ୟାବଧି ପାଉଣା ପ୍ରଦାନ ଦିଗରେ ପ୍ରଶାସନ କିମ୍ବା ସ୍ୱୟଂ ସହାୟକ ଗୋଷ୍ଠୀ ଆନ୍ତରିକତା ଦେଖାଉ ନାହାନ୍ତି ବୋଲି କାମ କରିଥିବା ଶ୍ରମିକ କୁସଧ୍ୱଜ ରଣା, ନିରଞ୍ଜନ ରଣା, ହିରାଧର ରଣା, ସେବକ ରଣା, ଦୂଜଧନ ରଣା ଧନଞ୍ଜୟ ରଣା, ରୁସ୍ତମ୍ ମାଝି, ପରମେଶ୍ବର ରଣା ପ୍ରମୂଖ ପ୍ରକାଶ କରିଛନ୍ତି। ଏ ଦିଗରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନ ନେଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।

ଏ ସଂପର୍କ ରେ ଦାୟିତ୍ୱନିର୍ବାହ କରିଥିବା ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ପଚାରିବାରୁ ସରକାରୀ ଧାର୍ଯ୍ୟ ମୂଲ୍ୟ ମାଗୁ ଥିବାରୁ ବିଲମ୍ବ ହେଉଛି। ଆମକୁ ସରକାରୀ ଟଙ୍କା ଦିଆଯାଇ ନାହିଁ ବୋଲି କହିଥିଲେ। ଯୋଗାଣ ଅଧିକାରୀ ଦେବେନ୍ଦ୍ର ସେଠୀଆ ଙ୍କୁ ପଚାରିବାରୁ ସ୍ୱୟଂ ସହାୟକ ଗୋଷ୍ଠୀ ପୌନ ଏତେ ବିଳମ୍ବ କରିବା କାଠ ନୁହଁ।ବାରମ୍ବାର ସ୍ଵଂୟ ସହାୟକ ଗୋଷ୍ଠୀ କୁ କୁହାଯାଇଛି ବୋଲି ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!