ମହୁଲ କୋର୍ଟ ଗ୍ରାମ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ନୂଆପଡା ତା:୨୦.୦୭(.ଜିଲ୍ଲା ଖବର) ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ଅନ୍ତର୍ଗତ ମହୁଲ କୋର୍ଟ ଗ୍ରାମ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।1 ସତ୍ୟ ସାଇ ପ୍ରେମତରୁ ଓ ଇକୋ କ୍ଳବ୍ ମିଳିତ ଆନୁକୂଲ୍ୟରେ ଚାରା ରୋପଣ କରିଥିଲେ।

ଏହି କାର୍ଯ୍ୟକ୍ରମ ରେ ସିଆରସିସି କଳା କାହ୍ନୁ ମାଝୀ, ପ୍ରଧାନ ଶିକ୍ଷକ ଚମ୍ପେଶ୍ୱର୍ ବାରିକ, ଧନୀକର ଶବର, କ୍ଷୀର ପ୍ରସାଦ ଭୋଇ, ପରମାନନ୍ଦ ସାହୁ, ମୋହନ ମାଝୀ, ଟିକେରାମ ମାଝୀ ସହ ବହୁ କର୍ମୀ ଯୋଗ ଦେଇ ପ୍ରକୃତ ଜଙ୍ଗଳ ବୃଦ୍ଧି କରି ପ୍ରାକୃତିକ ପରିବେଶ ସୃଷ୍ଟି କରିବା ପାଇଁ ଆହ୍ୱାନ କରିଥିଲେ। ଛାତ୍ର ଛାତ୍ରୀ ମାନେ ପରିବେଶ ପ୍ରଦ୍ୟୁଷଣ, ଗ୍ଲୋବାଲ ୱର୍ମିଂ, ଋତୁ ଚକ୍ରରେ ପରିବର୍ତ୍ତନ ଅତ୍ୟଧିକ ଗ୍ରୀଷ୍ମ ଲହରୀ, ଭଳି ଅନେକ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ।ସତ୍ୟ ସାଇ ସଂସ୍ଥା ସଂଯୋଜକ ଗତିକୃଷ୍ଣ ବେହେରା, ବିକ୍ରମ ରାଜ୍ ବାଗ ପ୍ରମୁଖ ଯୋଗ ଦେଇ ୧୦୦ ଚାରା ରୋପଣ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!