ନୂଆପଡା ତା:୧୮.୦୭ (ଜିଲ୍ଲା ଖବର )ନୂଆପଡ଼ା ଜିଲ୍ଲା ଖଡିଆଳ ସ୍ଥିତ ଅଗ୍ରେସନ ଭବନ ଠାରେ ଓଡ଼ିଶା ପଞ୍ଚାୟତିରାଜ, ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦେଇଥିଲେ। ଖଡିଆଳ ଠାରେ କର୍ମୀ ସମ୍ମିଳନୀ ଓ ଅଭିଯୋଗ ଶୁଣାଣୀ ଶିବିର ରେ ଯୋଗଦାନ କର୍ମୀଙ୍କ ପାଇଁ ସମୟ ନ ଦେବା ପାଇଁ ଦୁଃଖିତ ହେବା ସହ ଆଗାମୀ ଦିନରେ ନିଶ୍ଚିତ ରୂପେ କର୍ମୀ ସହ ଆଲୋଚନା ରେ ଭାଗ ନେବାକୁ ଆହ୍ଵାନ କରିଥିଲେ। ସେହିପରି ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ କର୍ମକର୍ତ୍ତା ମାନେ ନିଜ ଦାବୀପତ୍ର ଉପସ୍ଥାପନ କରିଥିଲେ।

ସମସ୍ତ ଦାବୀ ଗ୍ରହଣ କରି ଆସନ୍ତା ଦିନ ରେ ନିଜ ବିଭାଗୀୟ ବିଷୟ ବସ୍ତୁ କୁ ବଜେଟ ରେ ସ୍ଥାନିତ କରି ବିକଶିତ ନୂଆପଡ଼ା ଗଠନ ରେ ସହାୟକ ହେବା ବୋଲି ପ୍ରତିଶ୍ରୁତି ଦେଇଥିଲେ। ସଭାରେ ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା, ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତି, ଜିଲ୍ଲା ସଭାପତି କମଲେଶ ଦୀକ୍ଷିତ, ଜିଲ୍ଲା ପରିଷଦ ସଭ୍ୟ ଆଶା ଜୈନ୍, ପୂର୍ବତନ ଜିଲ୍ଲା ସଭାପତି ଶିବ ପ୍ରସାଦ ମୁଣ୍ଡ, ସୁବ୍ରତ ଠାକୁର, ଆତିନ୍ଦ୍ର ସିଂ ମଲ୍ଲିକ, ଅଭିନନ୍ଦନ ପଣ୍ଡା ପ୍ରମୁଖ ମଞ୍ଚାସିନ ହୋଇଥିଲେ। ମନ୍ତ୍ରୀଙ୍କ ବିଭାଗ ରେ ଖାଲି ପଡ଼ିଥିବା ପଦବୀ ପୁରଣ ପାଇଁ ଦାବୀ ଦେଇଛନ୍ତି।

