ନୂଆପଡା,୧୬/୦୭(ଜିଲ୍ଲା ଖବର)ନୂଆପଡ଼ା ଜିଲ୍ଲା ସଦର ବ୍ଲକ ସାହିପଲା ଗାଁ ବହଳଡିହି ପଡ଼ାରେ ମଙ୍ଗଳବାର ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଭାରତ ଲୁହାର (୨୪)। ସୂଚନା ମୁତାବକ ଭାରତ ଅପରାହ୍ନ ୩ଟା ସମୟରେ ନିଜ କ୍ଷେତକୁ ଯାଇଥିଲେ। ସେହି ସମୟରେ ହଠାତ୍ ବଜ୍ରପାତ ହେବାରୁ ସେ ଅଚେତ ହୋଇପଡିଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଏକ ଆମ୍ବୁଲାନ୍ସ ଯୋଗେ ନୂ ନୂଆପଡା ଜିଲା ମୁଖ୍ୟ ଚିକିତ୍ସା ନିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ଟର ତାଙ୍କୁ ମୃପ ଘୋଷଣା କରିଥିଲେ। ନୂଆପଡା ସଦର ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିଛି। ବୁଧବାର ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନର କରାଯିବ ବୋଲି ସୂଚନା ମିଳିଛି। ଭାରତଙ୍କ ସ୍ତ୍ରୀ ଶୁଶିଳା ଲୁହାର (୨୩), ଦୁଇ ଝିଅ ସହ ସାନ ଭଉଣୀ ଓ ବୃଦ୍ଧା ମା’ ଏବେ ବେସାହାରା ହୋଇ ଦୁଃଖରେ ଭାଙ୍ଗି ପଡିଛନ୍ତି ।
