ନୂଆପଡା ତା:୧୬.୦୭.(ଜିଲ୍ଲା ଖବର )ନୂଆପଡ଼ା ଜିଲ୍ଲା ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠିତ ହୋଇଯାଇଛି l ଡ. ରଣବୀର ସିଂହଙ୍କ ଅଧ୍ୟକ୍ଷତାରେ ଏକ ୬ ଜଣିଆ କମିଟି ଗଠିତ ହୋଇଯାଇଛି l ଏହି କମିଟିରେ ଅଧ୍ୟକ୍ଷ ଭାବେ ପ୍ରତ୍ନତତ୍ତ୍ଵ ଓ ସଂଗ୍ରହlଳୟତତ୍ଵ ବିଭାଗ ଅଧ୍ୟାପକ ଡ.ରଣବୀର ସିଂହ, ରସାୟନ ବିଭାଗ ଅଧ୍ୟାପିକା ରାଜଲକ୍ଷ୍ମୀ ରଥ, ଶିକ୍ଷା ବିଭାଗ ଅଧ୍ୟାପିକା ଡ.ଗୀତାଶ୍ରୀ ପ୍ରିୟମ୍ବଦା, ଇଂରାଜୀ ବିଭାଗ ଅଧ୍ୟାପିକା ନିବେଦିତା ଆଚାର୍ଯ୍ୟ, ରାଜନୀତି ବିଜ୍ଞାନ ଅଧ୍ୟାପିକା ବିଉଟି ଅଗ୍ରୱାଲ ଓ ଅବସରପ୍ରାପ୍ତ ଇଂରାଜୀ ଅଧ୍ୟାପକ ଅଶ୍ଵିନୀ କୁମାର ପାଢ଼ୀ ମନୋନୀତ ହୋଇଛନ୍ତି l କଲେଜ୍ ପରିସର ମଧ୍ୟରେ କୌଣସି ଅଭିଯୋଗ କିମ୍ବା ଆଭ୍ୟନ୍ତରୀଣ ଅଭିଯୋଗ ଉପରେ ଗୁରୁତ୍ବ ଦେଇ ଆଗକୁ କାର୍ଯ୍ୟ କରିବେ।
