ନୂଆପଡା (ଜିଲ୍ଲା ଖବର) ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ଫରସରା ପଞ୍ଚାୟତର ମାଲିକୁର୍ଲା ଠାରୁ ଡୁମେର ମୁଡା ରାସ୍ତା ନିମ୍ନମାନର କାର୍ଯ୍ୟ ଯୋଗୁଁ ମରଣ ଯନ୍ତା ପାଲଟି ଥିବା ଅଭିଯୋଗ ହୋଇଛି । ଦୁଇ ଚକିଆ ଯାନ ତ ଦୂରର କଥା ପାଦରେ ଚାଲି ଚାଲି ଯିବା ବି କଷ୍ଟ ହେଉଥିବା ପଥଚାରୀ ସହ ଅଭିଯୋଗ ରଖିଛନ୍ତି ପଡ଼ାବାସୀ । ମନୋରେଗାରେ ହୋଇଥିଲା ନିମ୍ନମାନର କାର୍ଯ୍ୟ ଯୋଗୁଁ ଯନ୍ତ୍ରଣା ପାଉଥିବା ସହ ବହୁ ହଇରାଣ ହେଉଛନ୍ତି ପଡ଼ାବାସି । ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ ନିରବ ଦ୍ରଷ୍ଟା ସାଜିଛି । ବର୍ତ୍ତମାନ ଆସରାଏ ବର୍ଷାରେ ଖାଲଖମା କାଦୁଅ ପଚପଚ ରାସ୍ତାରେ ପାଣି ଜମି ରହିଥିବାରୁ ଦୁଇ ଚକିଆ ଗାଡ଼ି ଟିଏ ଚାଲିବା ଦୂରର କଥା ସାଇକେଲ ଟିଏ ମଧ୍ୟ ଚାଲୁନି, ବହୁ କଷ୍ଟେ ମଷ୍ଟେ ଖାଲି ପାଦରେ ଚାଲି ଚାଲି ଯିବାକୁ ପଡୁଛି । ଏଭଳି ରାସ୍ତା ଯୋଗୁଁ ଏକ ପ୍ରକାର ପଡ଼ାବାସି ଓ ପଥଚାରୀ କାଦୁଅରେ ପହଁରୁ ଥିବା ଅଭିଯୋଗ କରିଛନ୍ତି । କୁନି କୁନି ପିଲା ମାନେ ବିପଦ ପୂର୍ଣ୍ଣ ଭାବରେ ଯାତାୟାତ କରୁଛନ୍ତି । ଏଥିପ୍ରତି ସ୍ଥାନୀୟ ବିଡିଓ ଙ୍କୁ ପଚାରିବାରୁ ଏହା ଆଗରୁ ମନୋରେଗା ରେ କାମ ହୋଇଥିଲା ଓ ବର୍ତ୍ତମାନ ତଦନ୍ତ କରି ବାକି ରହିଥିବା କାମ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ରାସ୍ତା ଖଣ୍ଡିକ ପାଇଁ ସ୍ଥାନୀୟ ଲୋକଙ୍କ ସହ ଲୁଚକାଳି ଖେଳୁଛନ୍ତି ବ୍ଲକ ପ୍ରଶାସନ ଓ ସରକାର , ସମସ୍ୟା ଭୋଗୁଛନ୍ତି ନିରୀହ ଅଞ୍ଚଳ ବାସୀ । ଏଣୁ ଉକ୍ତ ସମସ୍ୟାର ସମାଧାନ ହେବ କେବେ ଓ ପଥଚାରୀ ତଥା ପଡାବାସୀ କେବେ ଖଣ୍ଡିଏ ଭଲ ରାସ୍ତା ପାଇପାରିବେ ତାହା କେବଳ ଦେଖିବାକୁ ବାକି ରହିଲା ।
