ପେଣ୍ଡରାବନ୍ଧ ପୋଳ ଉପରେ ବଡ଼ ବଡ଼ ଖାଳଖମା,ଚିନ୍ନାରେ ଯାତ୍ରୀ

ନୂଆପଡା,୧୨/୦୭(ଜିଲ୍ଲା ଖବର):(ନୂଆପଡା ଜିଲ୍ଲା କୋମନା ବ୍ଲକ ସ୍ଥିତ ପେଣ୍ଡରାବନ୍ଧ ପୋଳ ର ଉପରି ଭାଗ ସମ୍ପୂର୍ଣ୍ଣ ଖାଳଖମା ହୋଇ ମରଣଜନ୍ମା ପାଲଟିଛି । ଉକ୍ତ ସ୍ଥାନରେ ଜାତୀୟ ରାଜପଥ ବିଭାଗ ବିଗତ ସମୟରେ ନିମ୍ନ ମାନର ପୋଳ ନିର୍ମାଣ କରିବାରୁ ବିଭିନ୍ନ ସମୟରେ ଏପରି ଖାଳଖମା ହୋଇ ରାସ୍ତାଟି ନଷ୍ଟ ହେଉଥିବା ଦେଖୁବାକୁ ମିଳିଛି ଏଥିପାଇଁ ପୋଳ ଆଖପାଖରେ ପୂର୍ବରୁ ସଡକ ଦୂର୍ଘଟଣା ଘଟି ଅନେକଙ୍କ ଜୀବନ ଯାଇଥିବା ମଧ୍ୟ ନଜିର ରହିଛି । କିନ୍ତୁ ବିଭାଗର କୌଣସି ବିହିତ ପଦକ୍ଷେପ ଦେଖୁବାକୁ ମିଳୁନି । ଅପରପକ୍ଷରେ ଏହି ୩୫୩ ନମ୍ବର ଜାତୀୟ ରାଜପଥ ଦେଇ ରାଇପୁରରୁ ବିଶାଖାପାଟଣା କୁ ଶହ ଶହ ମାତ୍ରାରେ ଲୋଡିଙ୍ଗ ଟ୍ରକ ଯାତାୟତ କରୁଥିବା ଯୋଗୁଁ ଗତବର୍ଷ ପୋଳ ନିକଟରେ ଗୋଟିଏ ପାର୍ଶ୍ବ ଦବି ରହିଥ‌ିଲା । ସେହି ସମୟରେ ଦବିଥ‌ିବା ପୋଳ ନିକଟରେ ଅସ୍ଥାୟୀ ମରାମତି କରି ରାସ୍ତାର ସମତୁଲ କରାଯାଇଥିଲା । ବର୍ତମାନ ପୋଳ ଉପରେ ୪ ରୁ ୫ ଗୋଟି ବଡ଼ ବଡ଼ ଗର୍ତ ହୋଇଥ‌ିବାରୁ ବର୍ଷା ବେଳେ ପାଣି ଭର୍ତ୍ତି ହୋଇ ରହୁଛି । ଯାହା ଫଳରେ ବାଇକ ଚାଳକ ମାନଙ୍କୁ ଜଣା ପଡୁନଥିବାରୁ ଯାତ୍ରୀ ମାନେ ନାହିଁ ନଥୁବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ଏଣୁ ବିଭାଗ ତୁରନ୍ଧ ଉକ୍ତ ଖାଳଖୁମା ରାସ୍ତାକୁ ସମତୁଲ କଲେ ଯାତ୍ରୀମାନେ ସୁରକ୍ଷିତ ଭାବେ ଯାତ୍ରା କରିବେ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *

error: Content is protected !!