ଡୁଙ୍ଗରବୁଢ଼ା କପ୍ କ୍ରିକେଟ୍ ପ୍ରତିଯୋଗିତା ଉଦ୍‌ଘାଟିତ

ନୂଆପଡା ୪ ୧ଜିଲ୍ଲା ଖବର ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ୍ ଭୋଜପୁର ଗ୍ରାମପଞ୍ଚାୟତ ଭାଲୁଡୁଙ୍ଗୁରି ପଡ଼ିଆଠାରେ ଦ୍ଵିତୀୟ ଡୁଙ୍ଗରବୁଢ଼ା କ୍ରିକେଟ୍ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଖଡିଆଳ ବ୍ଲକ୍ ଉପାଧ୍ୟକ୍ଷ ଗୌତମ ତାଣ୍ଡି, ସମ୍ମାନିତ ଅତିଥି ଭୋଜପୁର ସରପଞ୍ଚ କୁଳମଣି ନାଏକ, ସାମ୍ବାଦିକ କୁନୁ କରୁଆଁ ଯୋଗ ଦେଇଥିଲେ | ଉଦ୍‌ଘାଟନୀ ମ୍ୟାଚ୍ ବାଦୀ ଓ କୋଟେନମୁଣ୍ଡା ମଧ୍ୟରେହୋଇଥିଲା।

କୋଟେନମୁଣ୍ଡା ପ୍ରଥମେ ବ୍ୟାଟିଂ କରି ୧୦ ଓଭରରେ ସମସ୍ତ ୱିକେଟ ହରାଇ ୬୪ ରନ୍ କରିଥିଲା। ଜବାବରେ ବାଦୀ ୮ଓଭର ୨ୱିକେଟ ହରାଇ ବିଜୟୀ ହୋଇଥିଲା। ଦ୍ବିତୀୟ ମ୍ୟାଚ ଖଡ଼ିଆଳ ୟୁନାଇଟେଡ୍ କ୍ଲବ୍ ଓ ବଡ଼ମୁଲା ମଧ୍ୟରେ ହୋଇଥିଲା | ଖଡ଼ିଆଳ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ ଓଭରରେ ୯୪ ରନ୍ କରିଥିଲା। ଜବାବରେ ବଡ଼ମୁଲା ଦଳ ସମସ୍ତ ୱିକେଟ୍ ହରାଇ ୬୩ ରନ୍ କରିଥିଲା । ବସନ୍ତଶବର ଓ ଆଲୋକ ବାଗ ଖେଳ ପରିଚାଳନା କରିଥିଲେ। ମାନସ ପଟେଲ ଧାରାବିବରଣୀ ଓ ଦେବ ତାଣ୍ଡି ସ୍କୋରର ଦାୟିତ୍ଵ ତୁଲାଇଥିଳେ ।

ଆୟୋଜକ ଶିବଶକ୍ତି କ୍ରିକେଟ୍ କ୍ଲବ୍‌ର ସଭାପତି ଲିଲାତେନ୍ଦ୍ର ପଟେଲ, ସମ୍ପାଦକ ମୋହିତ ପଟେଲ, ନିମାଇଁ ପଟେଲ, ବିକାଶ ପଟେଲ, ନୀଳମଣି ଶଗରିଆ, ଚମ୍ପେ ପଟେଲ, ଅଜୟ ପଟେଲ ଓ ସଭାପତି ପଟେଲ ପ୍ରମୁଖ ସହଯୋଗ କରିଥିଲେ |

ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଜିଲ୍ଲା ଖବର

Leave a Reply

Your email address will not be published. Required fields are marked *

error: Content is protected !!